Advertisment

ଦିନେ ବାପାଙ୍କୁ ପାଣି ପିଆଇଥିଲେ, ଆଜି ପୁଅକୁ ଗିରଫ କଲେ...

ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଗାଁଠୁ ସହର ସବୁଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦବଙ୍ଗ ଅଫିସର ୧୦ ବର୍ଷ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ। ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଜାଣନ୍ତୁ ସେ ଦିନର ସେହି ଘଟଣାଟି କଣ ଥିଲା।

ଅଦ୍ୟତନ ହୋଇଛି
Sameer Wankhede

Sameer Wankhede

Advertisment

ନୂଆଦିଲ୍ଲୀ: ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ଚର୍ଚ୍ଚାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଜୋନାଲ ଡାଇରେକ୍ଟର ସମୀର ୱାନଖେଡେ। ଗାଁଠୁ ସହର ସବୁଆଡେ ଏହି ଦବଙ୍ଗ ଅଫିସରଙ୍କ ଚର୍ଚ୍ଚା। ନିଜ କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ଦବଙ୍ଗ ଅଫିସର ୧୦ ବର୍ଷ ପୂର୍ବରୁ ବି ଚର୍ଚ୍ଚାରେ ଥିଲେ। ସେତେବେଳେ ବଲିଉଡର କିଙ୍ଗ ଖାନ ଶାହରୁଖଙ୍କୁ ପାଣି ପିଆଇ ସେ ଚର୍ଚ୍ଚାକୁ ଆସିଥିଲେ। ଏବେ ଜାଣନ୍ତୁ ସେ ଦିନର ସେହି ଘଟଣାଟି କଣ ଥିଲା।

Advertisment

ଆଜକୁ ଠିକ ୧୦ ବର୍ଷ ପୂର୍ବେ ଶାହରୁଖ ଖାନଙ୍କୁ ଅଟକ ରଖିଥିଲେ ସମୀର ୱାନଖେଡେ। ଇଣ୍ଡିଆନ ରେଭେନ୍ୟୁ ସର୍ଭିସର ୨୦୦୮ ବ୍ୟାଚ ଅଧିକାରୀ ହେଉଛନ୍ତି ସମୀର ୱାନଖେଡେ। କଷ୍ଟମ ବିଭାଗରେ ତାଙ୍କୁ ଯେତେବେଳେ ପୋଷ୍ଟିଙ୍ଗ ମିଳିଥିଲା, ସେତେବେଳେ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଇଣ୍ଟେଲିଜେନ୍ସ ୟୁନିଟରେ ତାଙ୍କୁ ନିୟୋଜିତ କରାଯାଇଥିଲା।

ସେତେବେଳେ ସମୀର ୱାନଖେଡେ ନିଷ୍ପତ୍ତି ନେଇଥିଲେ ଯେ, ବିମାନ ବନ୍ଦରରେ ସମସ୍ତଙ୍କ ସହ ସମାନ ବ୍ୟବହାର କରାଯିବ। ସାଧାରଣ ନାଗରିକ ହେଉ କିମ୍ବା କେହି ଖାସ ବ୍ୟକ୍ତି କିମ୍ବା ସେଲିବ୍ରିଟି ସମସ୍ତେ ସମାନ ବ୍ୟବହାର ପାଇବେ। ଧାର୍ଯ୍ୟ ମୁତାବକ ଯଦି ବିଦେଶରୁ କିଏ ଅଧିକ ସାମଗ୍ରୀ ନେଇ ଆସେ ତାହେଲେ ତାକୁ କଷ୍ଟମ ଡ୍ୟୁଟି ଦେବାକୁ ହେବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୧ ଜୁଲାଇ ୧୯ ତାରିଖରେ ଶାହରୁଖ ଖାନ ୟୁକେ ଓ ହଲାଣ୍ଡରୁ ଛୁଟି ସାରି ଫେରୁଥିଲେ। କିଙ୍ଗଖାନଙ୍କ ସହ ଥିଲେ ତାଙ୍କ ପରିବାର ଲୋକେ। ସେତେବେଳେ ବିଦେଶରୁ ବହୁତ ବିଦେଶୀ ସାମଗ୍ରୀ ନେଇ ସେ ଫେରୁଥିଲେ। କିନ୍ତୁ କଷ୍ଟମ ଡ୍ୟୁଟି ନ ଦେଇ ଶାହରୁଖ ବିମାନ ବନ୍ଦରରୁ ଚାଲି ଯାଉଥିଲେ। ଏହାକୁ ବିରୋଧ କରିଥିଲେ ସମୀର ୱାନଖେଡେ। ଶାହରୁଖଙ୍କୁ ଅଟକାଇ ତାଙ୍କ ପରିବାରକୁ ଛାଡି ଦିଆଯାଇଥିଲା। କିଛି ସମୟ ଅଟକ ରଖି ପଚରାଉଚୁରା କରିବା ପରେ ଦେଢ଼ ଲକ୍ଷ ଟଙ୍କା କଷ୍ଟମ ଡ୍ୟୁଟି ନେଇ ଶାହରୁଖ ଖାନଙ୍କୁ ଛାଡି ଦିଆଯାଇଥିଲା।

Advertisment

ଏବେ ଠିକ ୧୦ ବର୍ଷ ପରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରିଛନ୍ତି ଏନସିବର ସେହି ଦବଙ୍ଗ ଅଫିସର ସମୀର ୱାନଖେଡେ। ତେବେ ଏଥର ମାମଲା କଷ୍ଟମ ଡ୍ୟୁଟିର ନୁହେଁ ବରଂ ନାର୍କୋଟିକ୍ସର। ତେବେ ଆର୍ଯ୍ୟନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବିବାଦ ମୁଣ୍ଡ ଟେକିଛି। ସମୀର ୱାନଖେଡେଙ୍କ ବିରୋଧରେ ବଲିଉଡର କିଛି ସେଲିବ୍ରେଟି ବୟାନବାଜି କରିଛନ୍ତି। ତେବେ ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ୱାନଖେଡେ। ତାଙ୍କୁ କିଛି ପୋଲିସ କର୍ମଚାରୀ ପିଛା କରୁଥିବା ସେ ଡିଜିପିଙ୍କୁ ଭେଟି ଅବଗତ କରିଛନ୍ତି। ପୂର୍ବରୁ ସେ ଅନେକ ପ୍ରକାରର ହାଇପ୍ରୋଫାଇଲ ଡ୍ରଗ୍ସ କାରବାର ରାକେଟର ତଦନ୍ତ କରିଥିଲେ ହେଁ କେବେ ହେଲେ ଏପରି ସର୍ଭେଲାନ୍ସର ଶିକାର ହୋଇ ନଥିଲେ। କିନ୍ତୁ ଯେବେଠାରୁ ମୁମ୍ବାଇ କ୍ରୁଜରେ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ ହୋଇଛି, ସେବେଠାରୁ ତାଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ସମୀର ଡିଜିପିଙ୍କୁ କହିଛନ୍ତି।

Advertisment
NCB Aryan Khan Sameer Wankhede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ