Advertisment

ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବାକୁ ୫ଟି ଛୁରୀ ବ୍ୟବହାର କରିଥିଲା ଅଫତାବ୍‌, ମିଳିଲା ଛୁରୀ...

ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍‌ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍‌ ପୋଲିସ୍‌ ଆଗରେ କହିଛି।

ଅଦ୍ୟତନ ହୋଇଛି
Aaftab Poonawala

Aaftab Poonawala Used 5 Knives To Chop Up Girlfriend Shraddha

Advertisment

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍‌ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍‌ ପୋଲିସ୍‌ ଆଗରେ କହିଛି। ତେବେ ଶ୍ରଦ୍ଧାଙ୍କୁ  ହତ୍ୟା କରିବା ପରେ ମୃତଦେହକୁ ପିସ୍‌ ପିସ୍‌ କରିବା ପାଇଁ ଅଫତାବ୍‌ ଯେଉଁ ଛୁରୀର ବ୍ୟବହାର କରିଥିଲା, ତାହା ମିଳିଛି।

Advertisment

ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ୍‌ ୫ଟି ଛୁରୀର ବ୍ୟବହାର କରିଥିଲା। ହେଲେ ଏହା ମିଳୁ ନଥିଲା। କିନ୍ତୁ ଏବେ ଏହି ୫ ଛୁରୀକୁ ପୋଲିସ୍‌ ଜବତ କରିଛି। ଏହିସବୁ ଛୁରୀ ୫-୬ ଇଞ୍ଚ ଲମ୍ବ ଥିବାବେଳେ ଏହାକୁ ଫରେନସିକ୍‌ ପରୀକ୍ଷା ପାଇଁ ପଠା ଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶ୍ରଦ୍ଧାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରିବା ପାଇଁ ଅଫତାବ୍‌ ୫ଟି ଛୁରୀର ବ୍ୟବହାର କରିଥିଲା। ଏହି ଛୁରୀ ସବୁ ଯେଉଁ ବଜାରରୁ କିଣା ଯାଇଥିଲା ସେନେଇ ମଧ୍ୟ ଛାନ୍‌ଭିନ୍‌ ଆରମ୍ଭ ହୋଇଛି। 

ଅଧିକ ପଢ଼ନ୍ତୁ: ଫ୍ରିଜ୍‌ରେ ପୁରୁଣା ପ୍ରେମିକାର ଶବ, ରୁମରେ ନୂଆ ପ୍ରେମିକା ! ଅଫତାବ କହିଲା.. Yes I Killed Her

Advertisment

ଅନ୍ୟପକ୍ଷେ, ଆଜି ବି ହେବ ଅଫତାବ୍‌ର ପଲିଗ୍ରାଫ୍ ଟେଷ୍ଟ। ଗତ ଦୁଇ ଦିନ ଧରି ଘଣ୍ଟା ଘଣ୍ଟା ଧରି ପଲିଗ୍ରାଫ୍ ଟେଷ୍ଟରୁ ଅନେକ ତଥ୍ୟ ପୋଲିସ୍ ହାତରେ ଲାଗିଛି। ସେହିପରି ଫରେନସିକ୍ ଟେଷ୍ଟ ରିପୋର୍ଟ, ଡିଏନ୍ଏ ଟେଷ୍ଟର ରିପୋର୍ଟକୁ ଅପେକ୍ଷା କରିଛି ତଦନ୍ତକାରୀ ସଂସ୍ଥା।

ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ପିସ୍‌ କରିଥିଲା ଅଫତାବ୍‌...

ମୁମ୍ବାଇର ଶ୍ରଦ୍ଧା ୱାକର୍‌, ଅଫତାବ୍‌ ସହ ଦିଲ୍ଲୀର ମେହରୁଲିରେ ଏକ ଫ୍ଲାଟ୍‌ରେ ଲିଭ୍‌-ଇନ୍‌ରେ ରହୁଥିଲେ। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଖଣ୍ଡ ଶରୀର ରଖିବା ପାଇଁ ସେ ଏକ ଫ୍ରିଜ୍ ମଧ୍ୟ କିଣିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀର ଗୁଡ଼ିକୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲେ ବୋଲି ଅଫତାବ୍‌ କହିଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ