ମେଘାଳୟରେ ବର୍ଷା ବିତ୍ପାତ: ପ୍ରଖର ସୁଅରେ ଭାସିଗଲା ପୋଲ

ଲଗାଣବର୍ଷା ଯୋଗୁ ଭାସିଗଲା ପୋଲ, ଦେଖନ୍ତୁ ଭିଡ଼ିଓ...

A wooden bridge was washed away by flood waters

ମେଘାଳୟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳରେ ପାଣି ଜମି ରହିଛି । ଏହାସହ ସେହିପରି ବନ୍ୟା ଆସିବା ଯୋଗୁଁ ନଦୀରେ ଥିବା କାଠ ପୋଲ ଭାସି ଯାଇଛି ସାଉଥ୍ ଗାରୋ ହିଲ୍ ଓ ୱେଷ୍ଟ ଗାରୋ ହିଲ୍ ଜିଲ୍ଲା ମଝିରେ ଯାଇଥିବା ନଦୀର ପୋଲ ଭାସି ଯାଇଛି । ତେବେ ଭାସିଯାଇଥିବା ଏହି ପୋଲଟି ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିଲା । ଗତକାଲି ନଦୀରେ ହଠାତ ବନ୍ୟା ଆସିବାରୁ ପୋଲଟି ଭାସି ଯାଇଥିବା ସୂଚନା ମିଳିଛି ।

ଦେଖନ୍ତୁ ବନ୍ୟାର ପ୍ରଖର ସୁଅରେ କିପରି ପୋଲଟି ଭାସିଯାଉଛି :- 

ଅନ୍ୟପକ୍ଷେ, ଆସାମର ବିଶ୍ୱନାଥ ଜିଲ୍ଲାରେ ବଜ୍ରାଘାତରେ ୬ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ବିଶ୍ୱନାଥ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଆହତମାନେ ବିଶ୍ୱନାଥ ଜିଲ୍ଲାର ପଭୋଇ ଚା’ ବଗିଚା ଓ ଭାଜୁଲି ଗଡ଼ର ଚା’ ବଗିଚାର ଶ୍ରମିକ ଥିବା ଜଣାପଡ଼ିଛି ।