MP Susupended
ଆଜି ଆଉ କିଛି ସାଂସଦଙ୍କୁ ଲୋକସଭାରୁ ସସପେଣ୍ଡ କରାଯାଇଛି । ଗୃହରେ ହଟ୍ଟଗୋଳ ପାଇଁ ନିଲମ୍ବିତ କଲେ ବାଚସ୍ପତି । ଅଧୀର ରଂଜନ ଚୌଧୁରୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି । ଲୋକସଭାରେ କଂଗ୍ରେସର ନେତା ହେଉଛନ୍ତି ଅଧୀର । ଆଗରୁ ୧୪ ଜଣ ସାଂସଦ ସସପେଣ୍ଡ ହୋଇଥିଲେ । ଆଜି ଆଉ ୩୩ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି । ସୁତରାଂ ଏଯାବତ୍ ୪୭ ଜଣ ସାଂସଦଙ୍କୁ ନିଲମ୍ବିତ କରାଗଲାଣି।
ପୁରା ଶୀତ ଅଧିବେଶନରୁ ସମସ୍ତଙ୍କୁ ନିଲମ୍ବନ କରାଯାଇଛି । ଲୋକସଭାର ସୁରକ୍ଷା ଉଲ୍ଲଂଘନ ନେଇ ଏମାନେ ହଙ୍ଗାମା କରିଥିଲେ । ସଂସଦର ସୁରକ୍ଷା ପ୍ରସଙ୍ଗ ଉପରେ ସରକାରଙ୍କଠାରୁ ବିବୃତି ଦାବି କରୁଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭ ହେଉ ହେଉ ସଂସଦରେ ଗ୍ୟାସ୍ ସ୍ପ୍ରେ ଘଟଣାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ସାଂସଦ ଅଧୀର ଚୌଧୁରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1702894539.jpg)