Advertisment

Delhi Assembly Election Results 2025: ଦିଲ୍ଲୀ ଦରବାରକୁ ଦଖଲ ପାଇଁ କି ରଣନୀତି ଆପଣାଇଥିଲା BJP ?

ମୋଦିଙ୍କ ଆପ୍‌କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।

Delhi Assembly Election Results 2025

Delhi Assembly Election Results 2025

Advertisment

ଦିଲ୍ଲୀ ମହା ଲଢେଇରେ କେମିତି ହେଲା ବିଜେପିର ଜିତ୍ ? ଦିଲ୍ଲୀ ଦରବାରକୁ ଦଖଲ ପାଇଁ କି ରଣନୀତି ଆପଣାଇଥିଲା ଭାରତୀୟ ଜନତା ପାର୍ଟି ? ଏମିତି କେଉଁ ପ୍ରସଙ୍ଗ ଭୋଟରଙ୍କୁ କିମିଆ କରିଥିଲା ? ତିନି ତିନିଟି ସାଧାରଣ ନିର୍ବାଚନରେ ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ସିଟ୍ ଜିତି ବି ବିଧାନସଭାରେ ଦୁଇ ଅଙ୍କ ଛୁଇଁ ପାରୁନଥିବା ଦଳ ଏଥର ନିର୍ବାଚନରେ କେମିତି ପାଇଲା ବିପୁଳ ବିଜୟ ? ଏସବୁ ପ୍ରଶ୍ନ ଏବେ ଅନେକଙ୍କ ମନରେ ଉଙ୍କି ମାରୁଛି। 

Advertisment

ମୋଦିଙ୍କ ଆପ୍‌କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି। ତେବେ କେମିତି ସମ୍ଭବ ହେଲା ଏ ବିଜୟ ? କୁହାଯାଉଛି ଚଳିତ ନିର୍ବାଚନରେ ଆପକୁ ଅଡୁଆରେ ପକାଇଥିଲା ସରକାର ବିରୋଧୀ ହାୱା। ତୃତୀୟ ପାଳିରେ ଦଳ ଦେଇଥିବା ଅନେକ ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଥିଲା। ଯାହାକୁ ପୁଞ୍ଜି କରିଥିଲା ବିଜେପି। ୨୦୨୨ରେ ଦିଲ୍ଲୀ ସରକାର ଆଣିଥିବା ମଦ ନୀତି ଦଳ ପାଇଁ ମହଙ୍ଗା ପଡ଼ିଥିଲା। ନୂଆ ମଦ ନୀତି ରାଜ୍ୟ ରାଜ୍ୟକୋଷକୁ ୨ ହଜାର ୨୬ କୋଟିର କ୍ଷତି ପହଞ୍ଚାଇଥିବା ନେଇ ସିଏଜି ରିପୋର୍ଟ ପରେ ଏହା ପଛରେ ବଡ ଦୁର୍ନୀତି କାମ କରିଥିବା କହି ଏହାକୁ ବଡ଼ ପ୍ରସଙ୍ଗ କରିଥିଲା ବିଜେପି। ଯେଉଁ ମାମଲାରେ ଜେଲ୍ ଯାଇଥିଲେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଦିଆ ଓ ସଂଜୟ ସିଂଙ୍କ ଭଳି ତୁଙ୍ଗ ନେତା।

ଅଧିକ ପଢନ୍ତୁ: ସତ ହେଲା ଏକଜିଟ୍ ପୋଲ ? ବିପୁଳ ବିଜୟ ପଥେ ବିଜେପି

ସେପଟେ ୨୦୧୩ରେ ମୁଖମନ୍ତ୍ରୀ ହେବା ପରେ ସାଧାରଣ ସରକାରୀ କ୍ବାର୍ଟରରେ ନରହି ନିଜ ଘରେ ରହୁଥିବା କେଜରିୱାଲ ୨୦୨୨ରେ ନିର୍ମାଣ କରିଥିଲେ ଭବ୍ୟ ବାସଭବନ। ଯାହାର ଖର୍ଚ୍ଚ ୭ କୋଟି ୯୧ ଲକ୍ଷରୁ ୩୩ କୋଟିରେ ପହଞ୍ଚିଥିଲା। ବିଜେପି ଏହାକୁ ଶିଶ୍ ମହଲର ନାରା ଦେଇ ଭୋଟରଙ୍କ ଭିତରେ ଆପ୍ ବିରୋଧୀ ଜନମତ ସୃଷ୍ଟିରେ ସଫଳ ହୋଇଥିଲା। ଆପର କଥା ଆଉ କାମ ଭିତରେ ଯେ ଆକାଶ ପାତାଳ ଫରକ ଥିଲା, ତାହା ଦିଲ୍ଲୀବାସୀଙ୍କୁ ଜଣାଇ ଦେଇଥିଲା ବିଜେପି।

Advertisment

ଏପଟେ ନିର୍ବାଚନରେ ଗୋଟେପଟେ ଆପର ଲୁଟ୍ ଆଉ ଝୁଟ୍‌କୁ ପ୍ରସଙ୍ଗ, ଅନ୍ୟପଟେ କ୍ଷମତାକୁ ଆସିଲେ ଦିଲ୍ଲୀବାସୀଙ୍କୁ ଉତ୍ତମ ଶାସନର ପ୍ରତିଶ୍ରୁତି ଦେଇଥିଲା ଦଳ। ଏଥିପାଇଁ ବିଜେପି ଜାରି କରିଥିଲା ତିନିଟି ପର୍ଯ୍ୟାୟରେ ବିସ୍ତୃତ ସଂକଳ୍ପ ପତ୍ର। ଏଥିରେ ଗରିବ ମହିଳାଙ୍କୁ ମାସିକ ୨୫ଶହ ଟଙ୍କା ଭତ୍ତା, ରିହାତି ଦର ଓ ମାଗଣାରେ ଗ୍ୟାସ, କେଜିରୁ ପିଜି ଯାଏଁ ଫ୍ରିରେ ପାଠପଢ଼ା, ୫୦ ହଜାର ନିଯୁକ୍ତି ସୃଷ୍ଟି, 24 ଘଣ୍ଟିଆ ବସ୍ ସେବା ପାଇଁ ପ୍ରତିଶ୍ରୁତି ଦିଲ୍ଲୀବାସୀଙ୍କ ମନ ଜିଣିଥିଲା। ସଂକଳ୍ପପତ୍ରରେ ଭୋଟରଙ୍କୁ ମିଳିଲା ମୋଦି ଗ୍ୟାରେଣ୍ଟିର ଭରସା। ଅନ୍ୟପଟେ ଆପର କୌଣସି ଭଲ ଯୋଜନା ବନ୍ଦ କରିବ ନାହିଁ ବୋଲି ବିଜେପି ଘୋଷଣା ମଧ୍ୟ କରିଥିଲା। ସେହିଭଳି ଦିଲ୍ଲୀବାସୀଙ୍କୁ ବିବାଦ ମୁକ୍ତ ଡବଲ ଇଞ୍ଜିନ ସରକାର ଯୋଗାଇଦେବାର ନାରାକୁ ଭୋଟର ଗ୍ରହଣ କରିଥିବା କୁହାଯାଉଛି।

ଏସବୁ ଭିତରେ ଦିଲ୍ଲୀ ଦଙ୍ଗଲ ଜିତିବାକୁ ବିଜେପି ପ୍ରଚ୍ଛଦପଟ୍ଟରେ କରିଥିବା ଶକ୍ତ ରଣନୀତି ବିଜୟ ପାଇଁ ବାଟ କାଢିଥିଲା। ନିର୍ବାଚନୀ ମୈଦାନକୁ ଆସିଥିଲେ ବିଜେପିର ବଡ଼ ଚେହେରା। ନିର୍ବାଚନରେ ପୂର୍ବରୁ ସାଂସଦ ଥିବା ବହୁ ନେତାଙ୍କୁ ବିଧାନସଭା ମୈଦାନରେ ପ୍ରାର୍ଥୀ ଭାବେ ପେସ୍ କରିଥିଲା ଦଳ। ସେହିପରି ୨୭ ଜଣ ଜାତୀୟ ସ୍ତରର ନେତାଙ୍କୁ ମିଳିଥିଲା ଇଲେକସନ ଦାୟିତ୍ବ। ୧୧ ଜିଲ୍ଲା ଓ ୭୦ ନିର୍ବାଚନମଣ୍ଡଳୀ ପାଇଁ ତିଆରି ହୋଇଥିଲା ସ୍ବତନ୍ତ୍ର ଷ୍ଟ୍ରାଟେଜି। ସଂଗଠନ ପ୍ରଭାରୀଙ୍କ ସହ ପ୍ରବାସୀ ପ୍ରଭାରୀଙ୍କୁ ବି ନିଯୁକ୍ତ କରାଯାଇଥିଲା। ନିର୍ଦ୍ଦିଷ୍ଟ ବର୍ଗର ଭୋଟରଙ୍କୁ ଫୋକସ୍ ଲାଗି ଗଠନ ହୋଇଥିଲା ଗ୍ରୁପ୍ ଓ ସବ୍ ଗ୍ରୁପ୍। ଆପର ଲୁଟ୍ ଆଉ ଝୁଟକୁ ମୁଖ୍ୟ ପ୍ରସଙ୍ଗ କରି ଏହାକୁ ସବୁ ସ୍ତରରେ ପର୍ଦ୍ଦାଫାସ କରିଥିଲେ ବିଜେପି ନେତା। ନିର୍ବାଚନର ମାତ୍ର ୪ ଦିନ ଆଗରୁ ୮ ଆପ୍ ବିଧାୟକ ବିଜେପିରେ ଯୋଗଦେବା ଘଟଣା ବି ଲଢେଇର ମୋଡ଼କୁ ବଦଳାଇ ଦେଇଥିଲା। 

Advertisment

ଅଧିକ ପଢନ୍ତୁ: ଦିଲ୍ଲୀ ନିର୍ବାଚନ: ବିଜେପି ମାଡ଼ରେ କଂଗ୍ରେସ ଚି‌ତ୍‌ପଟାଙ୍ଗ

BJP Chief Minister Delhi Chief Minister Delhi Assembly Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ