Advertisment

ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ପରିବେଷଣ କଲେ ଦିଲ୍ଲୀ ଏମ୍ସର କିଛି ଛାତ୍ର : ଗିରଫଦାରୀ ଦାବି ପରେ କ୍ଷମାପ୍ରାର୍ଥନା କଲେ . . .

ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
amlila-controversy

amlila-controversy

Advertisment

ନୂଆଦିଲ୍ଲୀ : ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରିବା ମହଙ୍ଗା ପଡ଼ିଲା । ବିବାଦରେ ଦିଲ୍ଲୀ ଏମ୍ସର କିଛି ଛାତ୍ର । ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ର କିଛି ଛାତ୍ର ରାମଲୀଲାକୁ ବ୍ୟଙ୍ଗାତ୍ମକ ଭାବେ ମଞ୍ଚସ୍ଥ କରି ବର୍ତ୍ତମାନ ବିବାଦରେ ଛନ୍ଦି ହୋଇ ପଡିଛନ୍ତି। ରାମାୟଣର ଚରିତ୍ରମାନଙ୍କୁ ପରିହାସ କରିବା ତଥା ଅଭଦ୍ରତା କରିଥିବା ଅଭିଯୋଗ ହୋଇଛି ।  ହିନ୍ଦୁ ମାନଙ୍କ ଧର୍ମୀୟ ଭାବନାକୁ ଆଘତ କରାଯାଇଥିବା କୁହାଯାଉଛି । ତେବେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସଂପୃକ୍ତ ଛାତ୍ରମାନଙ୍କୁ ସମାଲୋଚନା କରାଯିବା ସହ ଗିରଫ କରାଯାଉ ବୋଲି ଦାବି କରାଯାଉଛି ।

Advertisment

AIIMSର କିଛି ଛାତ୍ରଙ୍କ ଦ୍ୱାରା ରାମଲୀଲା ପରିବେଷଣ କରାଯାଇଥିଲା । ଆଉ ସେହି ସମୟରେ ଷ୍ଟେଜର କିଛି ଭିଡିଓ କ୍ଲିପ୍ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ତେବେ ଏହା ଉପରେ ଏମ୍ସ ଛାତ୍ର ସଂଘ ପକ୍ଷରୁ ରବିବାର ଏକ ବିବୃତ୍ତି ଜାରି ହୋଇଛି । ଛାତ୍ରମାନଙ୍କ ପକ୍ଷରୁ ପରିବେଷଣ ହୋଇଥିବା ନାଟକ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାସହ ଲୋକଙ୍କ ଭାବନାକୁ ଆଘାତ ଦେଇଥିବାରୁ ଭୁଲ ମାଗିଛନ୍ତି ।  ଭବିଷ୍ୟତରେ ଏପରି କୌଣସି ଭୁଲ ହେବ ନାହିଁ ମଧ୍ୟ କହିଛନ୍ତି ।

ରାମଲୀଲା ନାଟକରେ ରାମ-ଲକ୍ଷ୍ମଣ ଏବଂ ସ୍ରୁପଣଖା ସଂଳାପର ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ରାଗି ଯାଇଛନ୍ତି । ଏହା ପରେ #ArrestAIIMSCulprits ଏବଂ #AntiHinduUnacademy ପରି ହ୍ୟାସ ଟ୍ୟାଗ ଗୁଡ଼ିକ ଆଜି ଦିନସାରା ଟ୍ୱିଟରରେ ଟ୍ରେଣ୍ଡ ହେଉଛି । ଆଫତାବ ନାମକ ଜଣେ ଛାତ୍ରଙ୍କ ଦ୍ୱାରା ରାମଲୀଲା ମଞ୍ଚସ୍ଥ ହୋଇଥିବା କୁହାଯାଉଛି । ସେ ଜାଣିଶୁଣି ଚତୁରତାର ସହ ହିନ୍ଦୁ ଧର୍ମକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ ହେଉଛି ।

Advertisment

ତେବେ ଏହି ଭିଡିଓ ଦେଖିବା ପରେ ନୈନା ସୁବା ନାମକ ଜଣେ ୟୁଜର ଟ୍ୱିଟରରେ ଲେଖିଛନ୍ତି, " ଜାଣିଶୁଣି ହିନ୍ଦୁ ଧର୍ମ ଏବଂ ହିନ୍ଦୁ ଦେବତାମାନଙ୍କୁ ପରିହାସ କରାଯାଇଛି । ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ସହଜ ବୋଲି ବୋଧହୁଏ ଆପଣ ଭାବୁଛନ୍ତି କି? ଆଉ ନୁହେଁ! ବହୁତ ହୋଇଗଲା, ଏହାକୁ ବର୍ତ୍ତମାନ ବନ୍ଦ କର! '' ବୋଲି ସେ ଲେଖିଛନ୍ତି ।

Advertisment
AIIMS Ramlila
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ