Advertisment

ସରକାରୀ ଚାକିରିଆଙ୍କୁ ବଡ଼ ଝଟ୍‌କା ! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏମିତି ଖବର...

କେନ୍ଦ୍ର ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏ ପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ।

ଅଦ୍ୟତନ ହୋଇଛି
A Big Jolt To Govt Employees

A Big Jolt To Govt Employees

Advertisment

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା(Dearness Allowance-DA) ବର୍ଷକୁ ୨ ଥର ବୃଦ୍ଧି ପାଇଥାଏ। ଏହି ଭତ୍ତା କର୍ମଚାରୀଙ୍କ ବେସିକ୍‌ ସାଲାରି ସହ ଯୋଡ଼ି ହେବାସହ ସମସ୍ତ ଭତ୍ତା ପ୍ରତିଶତ ଆଧାରରେ ମିଳିଥାଏ। ସରକାରୀ କର୍ମଚାରୀମାନେ ଜାନୁଆରୀ ମାସର ମହଙ୍ଗା ଭତ୍ତା ଅପେକ୍ଷାରେ ଥିବାବେଳେ ହୋଲି ପୂର୍ବରୁ ସରକାର ଘୋଷଣା କରିବେ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ଏନେଇ କିଛିବି ଘୋଷଣା ହୋଇନାହିଁ। ଏବେବି ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା ବୃଦ୍ଧି ଅପେକ୍ଷାରେ ଅଛନ୍ତି। କୁହାଯାଉଛି ଯେ, ବୁଧବାର ଦିନ ହେବାକୁ ଥିବା କ୍ୟାବିନେଟ ବୈଠକରେ ଡିଏ ପ୍ରସଙ୍ଗ ଉଠିପାରେ। ହେଲେ ଏନେଇ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ। 

Advertisment

ସେପଟେ ସରକାର ଏହା ସ୍ପଷ୍ଟ କରିଛନ୍ତି ଯେ, ମହାମାରୀ କରୋନା ସମୟରେ ଅଟକି ଥିବା କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୮ ମାସର ମହଙ୍ଗା ଭତ୍ତା ଅର୍ଥାତ୍‌ ଡିଏ ମିଳିବ ନାହିଁ। ଲୋକସଭାରେ ପ୍ରଶ୍ନ କାଳ ସମୟରେ ସରକାର ଏହି ସୂଚନା ଦେଇଥିଲେ। ମହାମାରୀରେ ହୋଇଥିବା କ୍ଷତିରୁ ପୁନରୁଦ୍ଧାର ପାଇଁ ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ କରାଯାଇଛି। ସୂଚନାଥାଉ କି, କରୋନା ସମୟରେ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫ୍‌ ୩ଟି କିସ୍ତିରେ ମିଳିନଥିଲା। ୨୦୨୦ ମସିହା ଜାନୁଆରୀ, ୨୦୨୦ ମସିହା ଜୁଲାଇ ଓ ୨୦୨୧ ମସିହା ଜାନୁଆରୀର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ ମିଳିନାହିଁ। 

ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ କୁହାଯାଇଛି ଯେ, ବର୍ତ୍ତମାନ ସମୟରେ ବଜେଟ୍‌ ନିଅଣ୍ଟ FRBM ଅଧିନିୟମର ବ୍ୟବସ୍ଥା ତୁଳନାରେ ଦ୍ୱିଗୁଣିତ ହୋଇଛି। ତେଣୁ ଡିଏ ପ୍ରଦାନର ପ୍ରସ୍ତାବ ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ଏହାଦ୍ୱାରା କୋଟି କୋଟି ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା ଲାଗିଛି। ଏହାସହ ସେମାନଙ୍କର ଏରିୟର ମିଳିବା ଆଶା ମଧ୍ୟ ଭାଙ୍ଗି ଯାଇଛି। ଏବେ ଦେଖିବାକୁ ବାକି ରହିଲା, ଚଳିତ ବୁଧବାର ହେବାକୁ ଥିବା କ୍ୟାବିନେଟ ବୈଠରେ ଡିଏ ପ୍ରସଙ୍ଗ ଉଠିବ ନା ଏହାକୁ ଏଡ଼ାଇ ଦିଆଯିବ। 

Advertisment
DA Govt Employees
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ