Advertisment

୯ ରାଜ୍ୟରେ ଆହୁରି ଶସ୍ତାରେ ମିଳିବ ପେଟ୍ରୋଲ ଓ ଡିଜେଲ

ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍‌ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଅଦ୍ୟତନ ହୋଇଛି
undefined

Petrol, Diesel Prices Cut

Advertisment

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଉପରେ କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି କମ୍‌ କରିବା ପରେ ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଗତ କିଛିଦିନ ଧରି ଯେଉଁଭଳି ଭାବରେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା, ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। 

Advertisment

ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ଲିଟର ପିଛା ୫ ଟଙ୍କା ଓ ଡିଜେଲ ଲିଟର ପିଛା ୧୦ ଟଙ୍କା କମିଛି। ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ  ହ୍ରାସ କରିଥିବାରୁ ଏହାର ଦାମ୍‌ କମିଛି। ଗତକାଲି ମଧ୍ୟରାତ୍ରରୁ ନୂଆ ଦର ଲାଗୁ ହୋଇଛି। ତେବେ ଭାଟ୍ କମାଇବା ପାଇଁ ମଧ୍ୟ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଏକ୍ସାଇଜ୍ ଡ୍ୟୁଟି କମ୍‌ ନେଇ ଘୋଷଣା ହେବାର କିଛି ଘଣ୍ଟା ପରେ ୯ଟି ବିଜେପି ଶାସିତ ରାଜ୍ୟ ତୈଳ ଦର ଉପରେ ଭ୍ୟାଟ୍‌ କମାଇବା ନେଇ ଘୋଷଣା କରିଛନ୍ତି। ଏହି ୯ଟି ରାଜ୍ୟ ହେଲା- ଆସାମ, ତ୍ରିପୁରା, ମଣିପୁର, କର୍ଣ୍ଣାଟକ, ଗୋଆ, ଉତ୍ତରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ। 

Advertisment

ଆସାମ, ତ୍ରିପୁରା, ମଣିପୁର ଓ ଗୋଆରେ କେନ୍ଦ୍ରର ଏକ୍ସାଇଜ୍ ଡ୍ୟୁଟି କମ୍‌ ବ୍ୟତୀତ ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୭ ଟଙ୍କା ଭ୍ୟାଟ୍‌ କମିଛି। ପ୍ରତି ଲିଟରକୁ ପେଟ୍ରୋଲ ଦରରେ ୨ ଟଙ୍କା ଭ୍ୟାଟ୍‌ କମାଇବା ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ଖୁବ୍‌ ଶୀଘ୍ର ହିମାଚଳ ପ୍ରଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରେ ଭ୍ୟାଟ୍‌ କମ୍‌ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି। ସେହିପରି ତ୍ରିପୁରା ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୭ ଟଙ୍କା ଭ୍ୟାଟ୍‌ କମାଇବା ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। 

Advertisment

ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଥିଲା।  ଏନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କିଛି ରାଜ୍ୟରେ ପ୍ରତି ଲିଟରକୁ ଡିଜେଲ ୧୨୦ ଟଙ୍କା ଛୁଇଁ ଥିବାବେଳେ ପେଟ୍ରୋଲ ୧୦୦ ଟଙ୍କା ଅତିକ୍ରମ କରିଥିଲା।

Diesel Price Petrol Price Petrol Diesel Prices Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ