ନଦୀକୁ ବସ୍ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ରାମନଗର ସ୍ଥିତ ଢେଲା ନଦୀକୁ କାର୍ ଖସି ପଡ଼ିବା ଯୋଗୁ ୯ ଜଣ ଟୁରିଷ୍ଟ ପାଣି ସୁଅରେ ଭାସି ଯାଇଛନ୍ତି। ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୫ ଜଣ ଗାଡ଼ି ଭିତରେ ଫସି ରହିଥିବା ସୂଚନା ମିଳିଛି।
ଟୁରିଷ୍ଟଙ୍କୁ ନେଇ ଯାଉଥିବା ଏହି ଗାଡ଼ିଟି ନଦୀକୁ ଖସି ପଡ଼ିବ ପରେ ପାଣି ସୁଅରେ ଭାସି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ସୌଭାଗ୍ୟବଶତଃ, ଜଣେ ବାଳିକାକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାପାଣି ଆସିବା ଯୋଗୁ ଏଭଳି ଅଘଟଣ ଘଟିଛି।