Advertisment

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ପାଚେରୀ, ୯ ମୃତ

ଆର୍ମି ଏନ୍‌କ୍ଲେଭ୍‌ ବାହାରେ କୁଡ଼ିଆ ଘର କରି କିଛି ଶ୍ରମିକ ରହୁଥିଲେ। ତେବେ ସାରା ରାତି ପ୍ରବଳ ବର୍ଷା ଯୋଗୁ ଆର୍ମି ଏନ୍‌କ୍ଲେଭ୍‌ ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା।

ଅଦ୍ୟତନ ହୋଇଛି
Wall Collapsed In UP

9 Dead After Wall Collapses In Lucknow

Advertisment

ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ପାଚେରୀ। ଏଥିରେ ୯ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଗତକାଲି ବିଳମ୍ବିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନେ ଏବେ ବିପଦମୁକ୍ତ ବୋଲି ଡାକ୍ତର କହିଛନ୍ତି।

Advertisment

ଅଘଟଣକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ପ୍ରଦାନ ଲାଗି ଘୋଷଣା ହୋଇଛି।

ସୂଚନା ଅନୁସାରେ, ଦିଲ୍‌କୁଶ ଅଞ୍ଚଳରେ ଥିବା ଆର୍ମି ଏନ୍‌କ୍ଲେଭ୍‌ ବାହାରେ କୁଡ଼ିଆ ଘର କରି କିଛି ଶ୍ରମିକ ରହୁଥିଲେ। ତେବେ ସାରା ରାତି ପ୍ରବଳ ବର୍ଷା ଯୋଗୁ ଆର୍ମି ଏନ୍‌କ୍ଲେଭ୍‌ ପାଚେରୀ ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା। ଖବର ପାଇ ପୋଲିସ୍‌ ରାତି ପ୍ରାୟ ୩ଟା ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଭଗ୍ନାବଶେଷ ତଳୁ ୯ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି।

Advertisment

ଅନ୍ୟପକ୍ଷେ, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ଲକ୍ଷ୍ନୌର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଗତ ୨୪ ଘଣ୍ଟାରେ ଲକ୍ଷ୍ନୌରେ ୧୫୫.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। 

Advertisment
Yogi Adityanath Wall Collapse CM Yogi Adityanath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ