Advertisment

ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର

ଶିକ୍ଷକଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଲେ ପିଲା, ଚାକିରି ହରାଇଲେ ପ୍ରଫେସର। ହେଲେ କାରଣ ଜାଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ।

ଅଦ୍ୟତନ ହୋଇଛି
 professor sacked after students blame him

professor sacked after students blame him

Advertisment

ଆଜି ବିଶ୍ୱ ଶିକ୍ଷକ ଦିବସ। ଆମ ପରମ୍ପରାରେ ଗୁରୁଙ୍କ ସ୍ଥାନ ଈଶ୍ୱରଙ୍କଠାରୁ ଊର୍ଦ୍ଧ୍ୱରେ । ଜୀବନରେ ସଫଳତା ପାଇବାକୁ ହେଲେ ଗୁରୁଙ୍କ ଉପିସ୍ଥିତି ନିହାତି ଦରକାର। ଗୁରୁ ଅଜ୍ଞାନ ଅନ୍ଧକାର ହଟାଇ ତୁମକୁ ଜ୍ଞାନର ଆଲୋକିତ ରାସ୍ତା ଦେଖାଇବେ। ହେଲେ ଆଜିକାଲି ଗୁରୁ-ଶିଷ୍ୟଙ୍କ ସମ୍ପର୍କ ବଦଳି ଯାଇଛି। ଗୁରୁଙ୍କୁ ଛାତ୍ର ଏବେ ଈଶ୍ୱରଙ୍କ ସମ୍ମାନ ଦେଇ ପାରୁନାହାନ୍ତି। ଗୁରୁ ବି ଭୁଲି ଗଲେଣି ସେମାନଙ୍କ କର୍ତ୍ତବ୍ୟ। ଏପରି ସ୍ଥିତିରେ ଆମେରିକାର ଏକ ଭାଇରାଲ ଭିଡିଓ ବିଗିଡି ଯାଇଥିବା ଗୁରୁ-ଶିଷ୍ୟ ସମ୍ପର୍କକୁ ପୁଣି ମନେ ପକେଇ ଦେଇଛି   । ୮୨ ଜଣ ଛାତ୍ର ଏକଠି ହୋଇ ନିଜ ପ୍ରଫେସରଙ୍କ ବିରୋଧରେ ଏକ ମାମଲା ଦାଏର କରିଛନ୍ତି। ହେଲେ କାହଁକି ଛାତ୍ରମାନେ ଏମିତି କଲେ ? କ’ଣ ଭୁଲ ଥିଲା ଗୁରୁଙ୍କର ? କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଆମେରିକାରେ ମେଟଲାଣ୍ଡ ଜୋନ୍ସ ଅର୍ଗାନିକ କେମେଷ୍ଟ୍ରିର ଏକ ଜଣାଶୁଣା ନାମ। ଏହି ବିଷୟ ଉପରେ ସେ ତଥ୍ୟ ଭିତ୍ତିକ ପୁସ୍ତକ ଲେଖିଛନ୍ତି। ସାରା ଦେଶରେ ତାଙ୍କର ସମ୍ମାନ ରହିଛି। ହେଲେ ତାଙ୍କର କିଛି କାମକୁ ନେଇ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଏକାଧିକ ଛାତ୍ର ଏକାଠି ହୋଇ ତାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। କାରଣ ସେ କୁଆଡେ ଛାତ୍ରମାନଙ୍କୁ କମ ନମ୍ବର ଦେଇଥିଲେ।

ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟରୁ ଏ ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିଛି। ଏହି ଆବେଦନରେ ପିଲାମାନେ ଅଭିଯୋଗ କରିଛନ୍ତି, ‘ଆମେ କମ୍‌ ନମ୍ବର ପାଇଥିବାରୁ ବହୁତ ଚିନ୍ତାରେ ଅଛୁ। ଏହାଦ୍ୱାରା ଆମର ମୋବାଇଲ ଭାଙ୍ଗି ଯାଇଛି। ଏଥିସହିତ ପାଠ ପଢିବା ପାଇଁ ଆମେ କରିଥିବା ପରିଶ୍ରମ ମଧ୍ୟ ବୃଥା ହୋଇଗଲା।’

Advertisment

ଆବେଦନରେ ଆହୁରି ଉଲ୍ଲେଖ ରହିଛି, ’ଆମେ ଆପଣଙ୍କୁ ଅନୁଭବ କରାଇବାକୁ ଚାହୁଁ ଯେ, ଅଧିକ ନମ୍ବର ରଖିଥିବା ପିଲା ଏବଂ କମ ନମ୍ବର ରଖିଥିବା ପିଲାଙ୍କ ମଧ୍ୟରେ କିଛି ଭେଦଭାବ ନ ରହୁ। ପିଲାମାନେ ଆହୁରି ଅଭିଯୋଗ ଆଣିଛନ୍ତି, ଉକ୍ତ ଶିକ୍ଷକ ମିଡଟର୍ମ ପରୀକ୍ଷାର ସଂଖ୍ୟା ତିନିରୁ କମାଇ ୨ କରି ଦେଇଛନ୍ତି। କୋଭିଡ-୧୯ ସମୟରେ ପୀଡିତ ଛାତ୍ରଙ୍କ ପାଖରେ ପାଠ ପଢିବାର କୌଣସି ଜୁମ ବ୍ୟବସ୍ଥା ନ ଥିଲା।

ଇତିମଧ୍ୟରେ ଅସନ୍ତୁଷ୍ଟ ଛାତ୍ରଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରାଯାଇଛି। ତେବେ ବିଭାଗ ପକ୍ଷରୁ ଜୋନ୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷେ ଜୋନ୍ସ ବିଭାଗର ଏପରି କାମରେ ଆଦୌ ଖୁସି ନାହାନ୍ତି।

Advertisment

University Professors Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ