Advertisment

ବ୍ଲକ୍‌ ହେଲା ୮ YouTube ଚ୍ୟାନେଲ୍‌

ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ଲକ୍‌ କରିଛି। ବ୍ଲକ୍‌ ହୋଇଥିବା ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି।

8 Youtube Channels Blocked

8 Youtube Channels Blocked

Advertisment

ବ୍ଲକ୍‌ ହେଲା ୮ ୟୁଟ୍ୟୁବ୍‌(YouTube) ଚ୍ୟାନେଲ୍‌। ଭାରତର ସୁରକ୍ଷା ଉପରେ ପ୍ରଭାବ ପକାଉଥିବା ପୋଷ୍ଟ ଅପ୍‌ଲୋଡ୍‌ କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ଲକ୍‌ କରିଛି। ଦେଶର ଜାତୀୟ ସୁରକ୍ଷା, ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ଓ ବୈଦେଶିକ ସମ୍ପର୍କକୁ ପ୍ରଭାବିତ କରୁଥିବା ପୋଷ୍ଟ ଅପ୍‌ଲୋଡ୍‌ ନେଇ ଏହି ଚ୍ୟାନେଲ୍‌ ବିରୋଧରେ ଅଭିଯୋଗ ହୋଇଛି। ବ୍ଲକ୍‌ ହୋଇଥିବା ୮ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟରେ ପାକିସ୍ତାନର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ରହିଛି। ଯାହାର ୧୧୮ କୋଟି Views ରହିଛି।

Advertisment

ଦେଶର ସୁରକ୍ଷା, ବୈଦେଶିକ ସମ୍ପର୍କ ଓ ସାର୍ବଜନୀନ ବ୍ୟବସ୍ଥା ସମ୍ବନ୍ଧିତ ଅପ୍ରଚାର କରିବା ଅଭିଯୋଗରେ ସୂଚନା ପ୍ରସାରଣ ମନ୍ତ୍ରାଳୟ ଏହିସବୁ ଚ୍ୟାନେଲ୍‌କୁ ବ୍ଲକ୍‌ କରିଛି। ଏଥିମଧ୍ୟରେ ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନ ସ୍ଥିତ ୟୁଟ୍ୟୁବ୍‌ ଚ୍ୟାନେଲ ରହିଛି। ଆଇଟି ନିୟମ ୨୦୨୧ ଆଧାରରେ ଏହିସବୁ ଚ୍ୟାନେଲ୍‌ ବ୍ଲକ୍‌ ହୋଇଛି। ଏହିସବୁ ଚ୍ୟାନେଲ୍‌ ଭାରତ ବିରୋଧରେ ଫେକ୍‌ କଣ୍ଟେଣ୍ଟ୍‌ ପ୍ରଚାର କରୁଥବା ଅଭିଯୋଗ ହୋଇଛି।

ସୂଚନାଥାଉ କି, ଡିସେମ୍ବର ୨୧ରୁ ବର୍ତ୍ତମାନ ସୁଦ୍ଧା ୧୦୨ଟୁ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବ୍ଲକ୍‌ ହୋଇସାରିଲାଣି।

Advertisment
YouTube YouTube Channel Block YouTube Channel
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ