ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୮ ଜୀବନ

ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ଭୁଶୁଡ଼ିଲା ।

ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା

ପଶ୍ଚିମବଙ୍ଗରେ ପୁଣି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ଯାଇଛି । ଘର ଭିତରେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଘଟଣା ପରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ପୋଲିସ ସୂତ୍ରରୁ ପ୍ରକାଶ । ଆହତମାନଙ୍କୁ ଚିକିତ୍ସା ପାଇଁ ବାରାସାଟ ଡାକ୍ତରଖାନା ନିଆଯାଇଛି । ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି, ଟିଏମସି ନେତାଙ୍କ ସହାୟତାରେ ଏହି ବେଆଇନ ବାଣ କାରଖାନା ଚାଲିଛି ଏବଂ ଏଥିପାଇଁ ପୋଲିସକୁ ମଧ୍ୟ ଟଙ୍କା ଦିଆଯାଉଛି । ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଅନ୍ୟ ଏକ ଫାୟାରଫ୍ରାକ୍ କାରଖାନାକୁ ନଷ୍ଟ କରି ଦେଇଛନ୍ତି ।

ଏଥି ପୂର୍ବରୁ ମେ ମାସରେ ପୂର୍ବ ମେଦିନୀପୁର ଜିଲ୍ଲାର ଇଗ୍ରାଠାରେ ଏକ ବେଆଇନ ବାଣ କାରଖାନା ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ମାମଲାରେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା।