Advertisment

ଜଳିଗଲା ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌: ୮ ମୃତ, ଜୀବନ ବଞ୍ଚାଇବା ପାଇଁ ବିଲ୍ଡିଂରୁ ତଳକୁ ଡେଇଁଲେ ଲୋକେ

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
 Secunderabad Fire

Fire Breaks Out In Electric Scooter Showroom In Hyderabad

Advertisment

ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଆଜି ଭୋର ସମୟରେ ତେଲେଙ୍ଗାନାର ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌ରେ ନିଆଁ ଲାଗିଯାଇଛି। ଏଥିରେ ୮ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅଧିକାଂଶ ଆହତ ହୋଇଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ବିଲ୍ଡିଂର ଗ୍ରାଉଣ୍ଡ୍‌ ଫ୍ଲୋର୍‌ରେ ଥିବା ରୁବି ଇଲେକ୍ଟ୍ରିକ୍‌ ସ୍କୁଟର୍‌ ଶୋ’ ରୁମ୍‌ରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରେ ଏହା ବିଲ୍ଡିଂର ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଥିଲା। ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣଙ୍କ ମୃତ୍ୟୁ ଘଟିଛି। ଧୂଆଁ ଯୋଗୁ ଅଧିକାଂଶ ଲୋକଙ୍କ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ନିଆଁ ଲାଗିବା ଫଳରେ ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବିଲ୍ଡିଂର ଉପର ମହଲାରୁ ତଳକୁ ଡେଇଁ ପଡ଼ିଥିବା ଦେଖିବାକୁ ମିଳିଛି। ଆହତ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେବେ ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଯାଇଥିବା ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମେହମ୍ମୁଦ ଅଲୀ ସୂଚନା ଦେଇଛନ୍ତି। 

Advertisment

Hyderabad Fire Mishap Secunderabad Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ