Advertisment

7th Pay Commission: ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର

ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍‌ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ।

ଅଦ୍ୟତନ ହୋଇଛି
Salary of Central government Employees May Increase

Salary of Central government Employees May Increase

Advertisment

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜାତୀୟ ଗଣମାଧ୍ୟମ ସଂସ୍ଥା News18ର ଏକ ରିପୋର୍ଟ ଅନୁସାରେ, ସରକାରୀ କର୍ମଚାରୀଙ୍କ ବକେୟା ମହଙ୍ଗା ଭତ୍ତା(DA)କୁ ନେଇ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି। ଏକ ରିପୋର୍ଟ ଅନୁସାରେ, ଆସନ୍ତା କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇପାରେ।

Advertisment

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍‌ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ। National Council Of Joint Consultative Machineryର ଦାବି କରିଛି ଯେ, ୧୮ ମାସର ବକେୟା ମହଙ୍ଗା ଭତ୍ତା(DA) ଏରିଅର୍‌କୁ ସପ୍ତମ ବେତନ କମିଶନ ଆଧାରରେ ୱାନ୍‌ ଟାଇମ୍‌ ସେଟେଲ୍‌ମେଣ୍ଟ୍‌ କରାଯାଉ। 

୩% ବଢ଼ିପାରେ ମହଙ୍ଗା ଭତ୍ତା...

କୁହାଯାଉଛି ଯେ, ମହଙ୍ଗା ଭତ୍ତା ୩୧%ରୁ ବୃଦ୍ଧି ପାଇ ୩୪% ହୋଇପାରେ। ଏନେଇ ଅତିରିକ୍ତ ବଜେଟ୍‌ ୨୦୨୨ରେ ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ଉପରେ ମଧ୍ୟ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଆଶଙ୍କା କରାଯାଉଛି। ଏନେଇ କ୍ୟାବିନେଟ୍‌ର ମଞ୍ଜୁରୀ ମିଳିବା ପରେ ଏହାକୁ ବଜେଟ୍‌ର ଖର୍ଚ୍ଚରେ ସାମିଲ କରାଯିବ। ସୂଚନାଥାଉ କି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ବ୍ୟବହାର କରାଯାଇଥାଏ। ଯଦି କେନ୍ଦ୍ର ସରକାର ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ବୃଦ୍ଧି କରନ୍ତି ତା’ହେଲେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ଅର୍ଥାତ୍‌ ବେସିକ୍‌ ସାଲାରୀ ବୃଦ୍ଧି ପାଇ ୨୬,୦୦୦ ଟଙ୍କା ହୋଇପାରେ। ଯଦି ବଜେଟ୍‌ ପୂର୍ବରୁ ଏନେଇ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଯାଏ, ତା’ହେଲେ ବଜେଟ୍‌ ପୂର୍ବରୁ ଏହାକୁ ଲାଗୁ ମଧ୍ୟ କରାଯାଇପାରେ। 

Advertisment

ଦୀର୍ଘ ଦିନ ଧରି  ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ବୃଦ୍ଧି ନେଇ ଦାବି ହେଉଛି...

ଦୀର୍ଘ ଦିନ ଧରି ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟର କର୍ମଚାରୀମାନେ ଦାବି କରି ଆସୁଛନ୍ତି। ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର ୨.୫୭%ରୁ ବୃଦ୍ଧି କରି ୩.୬୮% କରିବା ଲାଗି ଦାବି ହୋଇଛି। ତେବେ କେନ୍ଦ୍ର କର୍ମଚାରୀଙ୍କ ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟରକୁ ନେଇ ସରକାର କିଛି ନିଷ୍ପତ୍ତି ନେଇପାରନ୍ତି। 

ବୃଦ୍ଧି ପାଇପାରେ ସମସ୍ତ ଭତ୍ତା...

ଯଦି ବେସିକ୍‌ ପେ’ ୧୮ ହଜାର ଟଙ୍କାରୁ ବୃଦ୍ଧି ପାଇ ୨୬ ହଜାର ଟଙ୍କା ହୋଇଯିବ ତା’ହେଲେ ମହଙ୍ଗା ଭତ୍ତା ମଧ୍ୟ ବଢ଼ିବ। ସରକାରଙ୍କ ଏଭଳି ନିଷ୍ପତ୍ତିରେ ୪୭.୧୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନ୍‌ସନ୍‌ଧାରୀ ଉପକୃତ ହେବେ ବୋଳି ଜଣାପଡ଼ିଛି।  

Advertisment
7th Pay Commission Central Government Employee Central Government Employee Salary Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ