Gratuity
କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କର ୪ ପ୍ରତିଶତ ଡିଏ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ଆରମ୍ଭ ପୂର୍ବରୁ ଏହି ଉପହାର ଘୋଷଣା କରିସାରିଛନ୍ତି କେନ୍ଦ୍ର ସରକାର । ଏହି ୪ ପ୍ରତିଶତ ବୃଦ୍ଧି ସହିତ ସେମାନଙ୍କ ମହଙ୍ଗା ଭତ୍ତା ୫୦ ପ୍ରତିଶତରେ ପହଞ୍ଚି ସାରିଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା ଫଳରେ ଏହାର ପ୍ରଭାବ ଗ୍ରାଚୁଇଟି ଉପରେ ମଧ୍ୟ ପଡ଼ିବ । ଅବସରପ୍ରାପ୍ତ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସମେତ ଏକାଧିକ ଭତ୍ତା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।
ମହଙ୍ଗା ଭତ୍ତା ବୃଦ୍ଧି ଯୋଗୁ କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ଲାଭବାନ ହୋଇଛନ୍ତି । ୨୦୨୪ ମେ’ ୩୦ରେ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ କେନ୍ଦ୍ର ସରକାର ସପ୍ତମ ବେତନ କମିଶନଙ୍କ ସୁପାରିସକୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବାରୁ ଅବସରପ୍ରାପ୍ତ ଗ୍ରାଚୁଇଟି ଓ ମୃତ୍ୟୁକାଳୀନ ଗ୍ରାଚୁଇଟିର ସୀମା ମଧ୍ୟ ବୃଦ୍ଧି ପାଇଛି।
ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ବଢ଼ିବ ଗ୍ରାଚୁଇଟି...
ଅବସରପ୍ରାପ୍ତ ଗ୍ରାଚ୍ୟୁଇଟି ଓ ମୃତ୍ୟୁକାଳୀନ ଗ୍ରାଚ୍ୟୁଟିର ସୀମା ୨୫% ବୃଦ୍ଧି ପାଇଛି। ପୂର୍ବରୁ ଏପରି କ୍ଷେତ୍ରରେ ୨୦ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ୨୫ ଲକ୍ଷ ଟଙ୍କା ମିଳିବ। ଏହା ପିଛିଲା ଭାବେ ୨୦୨୪ ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ।
ସମାନ ଘୋଷଣା ପୂର୍ବରୁ ୨୦୨୪ ଏପ୍ରିଲ ୩୦ରେ କରାଯାଇଥିଲା। କିନ୍ତୁ ମେ’ ୭ରେ ଏହାକୁ ଅସ୍ଥାୟୀ ରୂପ ବନ୍ଦ କରି ଦିଆଯାଇଥିଲା। ହେଲେ ଏବେ ପୁଣିଥରେ ନୂଆ ନିୟମ ଲାଗୁ କରାଯିବ ବୋଲି କୁହାଯାଇଛି।
ଗ୍ରାଚ୍ୟୁଇଟି ଯୋଗଦାନ (ସଂଶୋଧନ) ଅଧିନିୟମ ୨୦୧୮କୁ ସେହି ବର୍ଷ ମାର୍ଚ୍ଚ ୨୯ରେ ଲାଗୁ କରାଯାଇଥିଲା। ଏହି ବିଲ ୨୦୧୮ ମସିହା ମାର୍ଚ୍ଚ ୧୫ରେ ଲୋକସଭା ଓ ମାର୍ଚ୍ଚ ୨୨ରେ ରାଜ୍ୟସଭାରେ ପାସ୍ ହୋଇଥିଲା। ଏହାପରେ ମାର୍ଚ୍ଚ ୨୯ରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।
ପେମେଣ୍ଟ ଅଫ୍ ଗ୍ରାଚ୍ୟୁଇଟି ଆକ୍ଟ ୧୯୭୨ ସେହିମାନଙ୍କ କ୍ଷେତ୍ରରେ ଲାଗୁ ହୋଇଥାଏ, ଯେଉଁ କମ୍ପାନୀରେ ୧୦ କିମ୍ବା ତା’ ଠାରୁ କିମ୍ବା ଅଧିକ ଲୋକ କାମ କରନ୍ତି। ଏହି ଆଇନ ପ୍ରଣୟନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ଅବସର ପରେ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା।
ପୂର୍ବରୁ ଗ୍ରାଚ୍ୟୁଇଟି ପରିମାଣର ସର୍ବାଧିକ ୧୦ ଲକ୍ଷ ଟଙ୍କା ରହିଥିଲା। ତେବେ ସପ୍ତମ ବେତନ କମିଶନଙ୍କ ସୁପାରିସ କ୍ରମେ ଏହାକୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଗ୍ରାଚ୍ୟୁଇଟି ଆକ୍ଟ ୧୯୭୨ ମଧ୍ୟ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gratuity_1717155971.jpg)