Advertisment

7th Pay Commission: ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର

ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। କର୍ମଚାରୀଙ୍କ DA(Dearness Allowance) ବୃଦ୍ଧି ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ଅଦ୍ୟତନ ହୋଇଛି
7th Pay Commission

7th Pay Commission: Central government employees to get DA hike soon

Advertisment

ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। କର୍ମଚାରୀଙ୍କ DA(Dearness Allowance) ବୃଦ୍ଧି ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଏହାଦ୍ୱାରା ଫିଟ୍‌ମେଣ୍ଟ ଫ୍ୟାକ୍ଟର ବୃଦ୍ଧି ଓ ୧୮ ମାସର ଡିଏ ଏରିଅର୍‌କୁ ଅପେକ୍ଷା କରିଥିବା ଲକ୍ଷାଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହୋଇପାରନ୍ତି।

Advertisment

ଦୀପାବଳି ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କ ୪% DA  ବୃଦ୍ଧି ହୋଇଥିଲା। ଫଳରେ DA ବୃଦ୍ଧି ପାଇ ୩୪%ରୁ ୩୮% ହୋଇଥିଲା। ଏହା ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ୩% ଡିଏ ବୃଦ୍ଧି ହୋଇଥିଲା। ତେଣୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୨୦୨୩ ମସିହା ମାର୍ଚ୍ଚରେ କେନ୍ଦ୍ର ସରକାରୀ କର୍ମଚାରୀ ପରବର୍ତ୍ତୀ DA ବୃଦ୍ଧି ହୋଇପାରେ। 

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର; ପାଇବେ ୧୮ ମାସର ବକେୟା DA

Advertisment

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହଙ୍ଗା ବୃଦ୍ଧିକୁ ଦୃଷ୍ଟିରେ ରଖି ଓ ସପ୍ତମ ବେତନ କମିଶନ ଆଧାରରେ କେନ୍ଦ୍ର କର୍ମଚାରୀଙ୍କ DA ୩ରୁ ୫% ବୃଦ୍ଧି ହୋଇପାରେ। ଆଉ କିଛି ରିପୋର୍ଟରେ କୁହାଯାଇଛି ଯେ, DA  ବୃଦ୍ଧି ପାଖାପାଖି ୫୦%ରେ ପହଞ୍ଚିପାରେ। ଏହାପରେ ଜିରୋକୁ ହ୍ରାସ ପାଇବ।

ସୂଚନାଥାଉ କି, ୨୦୧୬ରେ କେନ୍ଦ୍ର ସରକାର ସପ୍ତମ ବେତନ କମିଶନ ଲାଗୁ କରିଥିଲେ। ସେହି ସମୟରେ DA ଜିରୋକୁ ହ୍ରାସ କରାଯାଇଥିଲା। ତେଣୁ ଯଦି କର୍ମଚାରୀଙ୍କ ବେସିକ୍‌ ସାଲାରି ୧୮ ହଜାର ଟଙ୍କା, ତା’ହେଲେ ସମ୍ପୃକ୍ତ କର୍ମଚାରୀ ୯,୦୦୦ ଟଙ୍କାର ୫୦%  DA ପାଇବେ। ଆହୁରି ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଖୁବ୍‌ଶୀଘ୍ର ସରକାରୀ କର୍ମଚାରୀଙ୍କୁ ୧୮ ମାସର ବକେୟା ଡିଏ ଏରିଅର୍‌ ମିଳିପାରେ। 

Advertisment

କେତେ ଡିଏ ଏରିଅର୍‌ ପାଇବେ କେନ୍ଦ୍ର ସରକାରୀ କର୍ମଚାରୀ ? 

ସବୁ କର୍ମଚାରୀଙ୍କ ସମାନ DA ଏରିଅର୍‌ ନଥାଏ। କର୍ମଚାରୀଙ୍କ ଭିନ୍ନ ଭିନ୍ନ ଏରିଅର୍‌ ଥାଏ। Level 1ରେ ଥିବା କର୍ମଚାରୀଙ୍କ DA ଏରିଅର୍‌ ୧୧,୮୮୦ ଟଙ୍କାରୁ ୩୭,୫୫୪ ଟଙ୍କା ମଧ୍ୟରେ ହୋଇଥିବା ବେଳେ ସପ୍ତମ ବେତନ କମିଶନ ଆଧାରରେ Level-13 ଓ Level-14 ପେ’ ସ୍କେଲରେ ସର୍ବାଧିକ ବେସିକ୍‌ ସାଲାରି ଥିବା ବ୍ୟକ୍ତିମାନେ ଯଥାକ୍ରମେ ୧,୨୩,୧୦୦-୨,୧୫,୯୦୦ ରୁ ୧,୪୪,୨୦୦-୨,୧୮,୨୦୦ ଟଙ୍କା ମଧ୍ୟରେ ରହିବେ।

7th Pay Commission DA Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ