Advertisment

7th Pay Commission: ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଉପକୃତ ହେବେ ୫୦ ଲକ୍ଷ କର୍ମଚାରୀ

ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି।

ଅଦ୍ୟତନ ହୋଇଛି
7th Pay Commission: 5% DA May Hike For Central Government Employees

7th Pay Commission: 5% DA May Hike For Central Government Employees

Advertisment

ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଚଳିତ ମାସ ଶେଷ ଆଡ଼କୁ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଉପହାର ଦେଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି। ବଢ଼ୁଥିବା ମହଙ୍ଗାମାଡ଼କୁ ଦୃଷ୍ଟିରେ ରଖି ସରକାର ଖୁବ୍‌ଶୀଘ୍ର DA ବୃଦ୍ଧି କରିବେ ବୋଲି କର୍ମଚାରୀମାନେ ଆଶା ରଖିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୩୪% ହାରରେ DA ମିଳୁଛି।

Advertisment

ଚଳିତ ବର୍ଷ ମାର୍ଚ୍ଚରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ୩% DA ବୃଦ୍ଧି ପାଇଥିଲା। ଶୁଣିବାକୁ ମିଳୁଛି, ପୁଣି ୫%  DA ବୃଦ୍ଧି ପାଇପାରେ। ଯଦି ୫%  ବୃଦ୍ଧି ହୁଏ, ତା’ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ। ଚଳିତ ମାସ ପ୍ରାରମ୍ଭରେ ଡିଏ ବୃଦ୍ଧି ପାଇବ ବୋଲି କର୍ମଚାରୀମାନେ ଆଶା ରଖିଥିଲେ, ହେଲେ ବର୍ତ୍ତମାନ ସୁଦ୍ଧା ଏପରି କିଛି ଘୋଷଣା କରାଯାଇ ନାହିଁ। ଏବେ କୁହାଯାଉଛି ଯେ, ଜୁଲାଇ ୩୧ ଆଡ଼କୁ DA ବୃଦ୍ଧି ପାଇପାରେ। ହେଲେ ଏନେଇ ସରକାରୀ ଭାବେ କୌଣସି ଘୋଷଣା କରାଯାଇ ନାହିଁ। 

AICPI Index ଆଧାରରେ  DA ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥାଏ। ଇଣ୍ଡେକ୍ସର ସଂଖ୍ୟା ସୂଚାଉଛି, ଏଥର DA ୪-୫% ବୃଦ୍ଧି ପାଇପାରେ। ଯଦି ୪% DA ବୃଦ୍ଧି ପାଏ ତା’ହେଲେ ଏହାଦ୍ୱାରା ୫୦ ଲକ୍ଷ କର୍ମଚାରୀ ଓ ୬୫ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ ବୋଲି ଜଣାପଡ଼ିଛି।  ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୨୦୧୭ ମସିହା ଜୁନ୍‌ରୁ ସପ୍ତମ ବେତନ ଆୟୋଗ (7th Pay Commission)ର ଲାଭ ମିଳୁଛି।

Advertisment

କେନ୍ଦ୍ର ସରକାରୀ କର୍ମଚାରୀଙ୍କ DA ୩୪%ରୁ ବୃଦ୍ଧି ପାଇ ୩୯% ହୋଇଯିବ, ତା’ହେଲେ ଦରମା ମଧ୍ୟ ବଢ଼ିବ। ବର୍ତ୍ତମାନ ୧୮,୦୦୦ ଟଙ୍କା ବେସିକ୍‌ ସାଲାରି ଥିବା କର୍ମଚାରୀଙ୍କ ୩୪% ହିସାବରେ ସେମାନଙ୍କର DA ୬,୧୨୦ ଟଙ୍କା ରହିଛି। ଯଦି DA ବୃଦ୍ଧି ପାଇ ୩୯% ହୋଇଯିବ ତା’ହେଲେ କର୍ମଚାରୀଙ୍କୁ ୭,୦୨୦ ଟଙ୍କା DA ମିଳିବ। 

Central Government Employee ‌DA 7th Pay Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ