Advertisment

ଲୋକଙ୍କ ଭିଡ଼ ଭିତରେ ବ୍ରିଜ୍‌ ଉପରୁ ଗଙ୍ଗା ନଦୀକୁ ଡେଇଁଲେ ବୃଦ୍ଧା, ହେଲେ କାହିଁକି ?

ହଠାତ୍‌ ଜଣେ ବୃଦ୍ଧା ବ୍ରିଜ୍‌ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ।

70 year old woman jumps to take holy dip in Ganga river in Haridwar

70 year old woman jumps to take holy dip in Ganga river in Haridwar

Advertisment

ଚାରିଆଡ଼େ ଲୋକଙ୍କ ଭିଡ଼...ହେଲେ ହଠାତ୍‌ ଜଣେ ବୃଦ୍ଧା ବ୍ରିଜ୍‌ ଉପରୁ ଗଙ୍ଗା ନଦୀକୁ ଡେଇଁ ପଡ଼ିଲେ। ସେଠାରେ ଉପସ୍ଥିତ ଲୋକ ମଧ୍ୟ ତାଙ୍କୁ ଅଟକାଇ ନଥିଲେ। ପ୍ରକୃତରେ ସେ ଅନ୍ୟ କୌଣସି ଉଦ୍ଦେଶ୍ୟରେ ନଦୀକୁ ଡେଇଁ ନଥିଲେ ବରଂ ନଦୀକୁ ଡେଇଁ ସେ ବୁଡ଼ ପକାଇଥିଲେ। ଗଙ୍ଗାନଦୀକୁ ଡେଇଁ ହରିଦ୍ୱାରରେ ବୁଡ଼ ପକାଇଥିବା ୭୦ ବର୍ଷୀୟା ବୃଦ୍ଧାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। 

Advertisment

ଏହି ବୟସରେ ବି ବିନା ଭୟରେ ବୃଦ୍ଧା ଜଣକ ବ୍ରିଜ୍‌ ଉପରୁ ନଦୀକୁ ଡେଇଁ ବୁଡ଼ ପକାଇଛନ୍ତି। ତାଙ୍କର ଏହି ଡେଭିଲ୍‌ ଜମ୍ପ  ଲୋକଙ୍କୁ ତାଜୁବ କରିଛି। ହରିଦ୍ୱାରର ହର କି ପୌରୀ ଘାଟରେ ବୃଦ୍ଧାଙ୍କ ଏହି ଡେୟାର ଡେଭିଲ୍‌ ଜମ୍ପ ଦେଖିବାକୁ ମିଳିଛି।

ଗଙ୍ଗା ନଦୀକୁ ଡେଇଁବା ପରେ ବୃଦ୍ଧା ଜଣକ ପହଁରି ପହଁରି ଘାଟରେ ପହଞ୍ଚିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି।  କିଛି ଲୋକ ବୃଦ୍ଧାଙ୍କ ଏଭଳି ସାହସକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ଏଭଳି ସାହସିକ ଲମ୍ଫ ବେଳେ ବେଳେ ବିପଦ ସାଜିପାରେ ବୋଲି ସତର୍କ କରାଇଛନ୍ତି।

Advertisment
Viral Video Ganga River Old Woman Jumps Into Ganga River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ