7 terrorists killed as encounters break out in Jammu and Kashmir
ସୁରକ୍ଷ।କର୍ମୀଙ୍କ ଗୁଳିରେ ଟଳିଲେ ୭ ଆତଙ୍କୀ । ଗତ ୨ଦିନରେ ଜାମ୍ମୁ ଓ କାଶ୍ମୀରର କୁପଓ୍ୱାରା, ପୁଲଓ୍ବାମା ଓ କୁଲଗାମରେ ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ରହିଥିବାର କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।
ଗତକାଲିଠାରୁ କୁପୱାରାରେ ଚାଲିଥିବା ଗୁଳିବିନିମୟରେ ମୋଟ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେହପିରି ପୁଲୱାମାରେ ଜଣେ ଜୈଶେ ମହମ୍ମଦର ଆତଙ୍କବାଦୀ ସହ ଜଣେଲସ୍କରେ ତୈବାର ଆତଙ୍କବାଦୀକୁ ସୁରକ୍ଷାକର୍ମୀ ନିପାତ କରିଛନ୍ତି ।
ତେବେ ଉଭୟ ପୁଲୱାମା ଓକୁପୱାରେ ପୋଲିସ ଏ ସେନାର ମିଳିତ ଅରସନ ସରିଛି । ସେପଟେ କୁଲଗାମରେ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଢେର କରିଛନ୍ତି । ସେଠାରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଥିବାର ସୂଚନା ମିଳିଛି ।
ଜମ୍ମୁକାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ବଢ଼ିବାରେ ଲାଗିଛି । ଏମିତିକି ସେମାନେ ଖୁଲମଖୁଲା ଜନସାଧାରଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଯାହାକୁ ମୁକାବିଲା କରିବା ଏବେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାଦୃଶ୍ୟ ପାଲଟିଛି । ଆଉ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ସୁରକ୍ଷାକର୍ମୀମାନେ ହିଂସାକାଣ୍ଡ କରିଥିବା ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us