Advertisment

ଟିମ୍‌ ମୋଦିରେ ଆଉ ୭ ମହିଳା ମନ୍ତ୍ରୀଙ୍କୁ ପ୍ରାଧାନ୍ୟ

ମୋଦିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
ଟିମ୍‌ ମୋଦିରେ ଆଉ ୭ ମହିଳା ମନ୍ତ୍ରୀଙ୍କୁ ପ୍ରାଧାନ୍ୟ

woman ministers

Advertisment

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ମନ୍ତ୍ରିମଣ୍ଡଳର ବଡଧରଣର ଅଦଳ ବଦଳ ପରେ ନବନିଯୁକ୍ତ ମନ୍ତ୍ରୀମାନେ ଆଜି ନିଜ ନିଜ ମନ୍ତ୍ରଣାଳୟର ଦାୟିତ୍ୱ ନେବା ଆରମ୍ଭ କରିଛନ୍ତି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ସକାଳୁ ରେଳ ମନ୍ତ୍ରାଳୟର ଦାୟିତ୍ୱ ନେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ରେଳ ମନ୍ତ୍ରାଳୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନ ରହିଛି।  ଆଉ ଏହି ଭିଜନକୁ କାର୍ଯ୍ୟକାରୀ କରିବା ଦିଗରେ କାମ କରିବି। ଗରିବ ଲୋକମାନେ ଯେପରି ରେଳମନ୍ତ୍ରାଳୟରୁ ସୁଫଳ ପାଇପାରିବେ  ସେ ନେଇ ଧ୍ୟାନ ଦେବେ ବୋଲି ବୈଷ୍ଣବ କହିଛନ୍ତି।

Advertisment

ମୋଦିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ନୂଆକରି ଶପଥ ନେଇଥିବା ମହିଳା ମନ୍ତ୍ରୀମାନେ ହେଲେ- ଅନୁପ୍ରିୟା ସିଂ ପଟେଲ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ବିଭାଗ ମିଳିଥିବା ବେଳେ ଶୋଭା କରନ୍ଦାଲଜେଙ୍କୁ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ଦର୍ଶନା ବିକ୍ରମ ଜରଦୋଷଙ୍କୁ ବୟନଶିଳ୍ପ ଓ ରେଳ ରାଷ୍ଟ୍ରମନ୍ତ୍ରୀ, ମିନାକ୍ଷୀ ଲେଖିଙ୍କୁ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ, ଅନ୍ନପୂର୍ଣ୍ଣା ଦେବୀଙ୍କୁ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ପ୍ରତିମା ଭୌମିକଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ, ଭାରତୀ ପ୍ରବୀଣ ପାଓ୍ୱାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। 

Advertisment

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡଧରଣର ଅଦଳ ବଦଳ କ୍ରମେ ଗତକାଲି ୪୩ ଜଣ ମନ୍ତ୍ରୀ ଶପଥ ନେଇଥିଲେ। କ୍ୟାବିନେଟ ମନ୍ତ୍ରୀ ଭାବେ ୧୫ ଜଣଙ୍କୁ ଶପଥ ପାଠ କରାଇଥିଲେ ରାଷ୍ଟ୍ରପତି। ସଂପ୍ରସାରଣ ପରେ ଏବେ ମନ୍ତ୍ରୀଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ନୂଆ ଟିମ୍‌ରେ ୩୬ ନୂଆ ମୁହଁ ଥିବାବେଳେ, ୭ଜଣଙ୍କୁ ପଦୋନ୍ନତି ମିଳିଛି।  ଆଜିଠାରୁ ସମସ୍ତେ ନିଜ ନିଜ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିବେ। 

Cabinet Reshuffle Modi's Team Union Cabinet Reshuffle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ