Advertisment

ହତ୍ୟା କଲେ, ଗୋଟି ଗୋଟି କରି ମୃତଦେହ ନଦୀକୁ ଫିଙ୍ଗିଲେ !

ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା।

ଅଦ୍ୟତନ ହୋଇଛି
Pune Murder Case

7 family members found dead from river in Pune

Advertisment

ହତ୍ୟା କଲେ ଓ ଗୋଟି ଗୋଟି କରି ମୃତଦେହକୁ ନଦୀକୁ ଫିଙ୍ଗିଲେ ! ଜଣେ କି ଦୁଇ ଜଣ ନୁହେଁ ବରଂ ୭ ଜଣଙ୍କୁ ହତ୍ୟା। ଏହି ହତ୍ୟା ପଛରେ କୌଣସି ବାହାର ଲୋକଙ୍କ ହାତ ନାହିଁ ବରଂ ସମ୍ପର୍କୀୟଙ୍କ ହାତ ଥିବା ଜଣାପଡ଼ିଛି। ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ପ୍ରଥମେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉ ଥିବାବେଳେ, ପରେ ଜଣାପଡ଼ିଥିଲା ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା। ମହାରାଷ୍ଟ୍ରର ପୁଣେରେ ଚଳିତ ସପ୍ତାହରେ ଏହି ଛାତିଥରା ଘଟଣା ଘଟିଛି। 

Advertisment

ଅଧିକ ପଢ଼ନ୍ତୁ: ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା, ବାପାମା’ ଓ ୨ ଛୁଆକୁ ହାଣି ଫିଙ୍ଗିଦେଲେ

ଏହି ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ- ଅଶୋକ ପାୱାର, ଶଙ୍କର ପାୱାର, ଶ୍ୟାମ ପାୱାର, ପ୍ରକାଶ ପାୱାର ଓ କଣ୍ଟାବାଈ ଯାଦବ। ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ପୋଲିସ୍‌ ତଦନ୍ତ ଚଳାଇଛି। ଏମାନେ ସମସ୍ତେ ମୃତକ ମୋହନ ପାୱାରଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ପ୍ରତିଶୋଧ ନେବା ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, କିଛି ମାସ ପୂର୍ବେ ଅଶୋକ ପାୱାର ତାଙ୍କ ପୁଅକୁ ହରାଇଥିଲେ। ଏଥିପାଇଁ ସେ ଓ ଅନ୍ୟ ଅଭିଯୁକ୍ତମାନେ ମୋହନଙ୍କ ପୁଅକୁ ଦାୟୀ କରିଥିଲେ। ତେଣୁ ପ୍ରତିଶୋଧ ନେବା ପାଇଁ ଅଶୋକ ଓ ଅନ୍ୟ ଅଭିଯୁକ୍ତ ଯୋଜନା କରିଥିଲେ। ଯୋଜନା ମୁତାବକ, ସେମାନେ ମୋହନ ଓ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା କରିଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରି ତଦନ୍ତ ଚଳାଇଛି। 

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ