Advertisment

ଗଣେଶ ଭସାଣି ବେଳେ ଅଭାବନୀୟ ଘଟଣା: ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ

ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ତେବେ ମୂର୍ତ୍ତି ବିସର୍ଜନ ବେଳେ ଏହି ଅଭାବନୀୟ ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
7 Drown In Haryana During Ganesh Idols' Immersion

7 Drown In Haryana During Ganesh Idols' Immersion

Advertisment

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ। ଶୁକ୍ରବାର ଦିନ ହରିୟାଣାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୋନିପତ୍‌ର ହୋଇଥିବା ବେଳେ ଅନ୍ୟ ୪ ଜଣ ମହେନ୍ଦ୍ରଗଡ଼ର ବୋଲି ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ଗତକାଲି ଭସାଣି ଉତ୍ସବ ଥିଲା। ମୂର୍ତ୍ତି ଗୁଡ଼ିକୁ ନିକଟସ୍ଥ ଜଳାଶୟକୁ ନିଆଯାଇ ସେଠାରେ ବିସର୍ଜନ କରାଯିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।

ଜଣେ ବ୍ୟକ୍ତି ନିଜ ପୁଅ ଓ ପୁତୁରାଙ୍କ ସହ ସୋନିପତର ମିମାରପୁର ଘାଟରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ପାଣିରେ ଭାସି ଯାଇଥିଲେ। ପରେ ସମସ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ସେହିପରି ମହେନ୍ଦ୍ରଗଡ଼ରେ ମଧ୍ୟ ମୂର୍ତ୍ତି ବିସର୍ଜନ ବେଳେ ଅଭାବନୀୟ ଘଟଣା ଘଟିଛି। ୯ ଜଣ ବ୍ୟକ୍ତି ଗାଁ ନିକଟସ୍ଥ ଝାଗାଡ଼ୋଲି ଅଞ୍ଚଳକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।

Advertisment

ଘଟଣାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରା ଲାଲ୍‌ ଖଟ୍ଟର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମହେନ୍ଦ୍ରଗଡ଼ ଓ ସୋନିପତ ଜିଲ୍ଲାରେ ଅନେକ ଲୋକ ପାଣିରେ ଭାସି ଯାଇଥିବା ଖବର ସାମ୍ନାକୁ ଆସିଛି। ପାଣିରେ ଭାସି ଯାଉଥିବା ବେଳେ NDRF ଟିମ୍‌ ଅନେକ ଲୋକଙ୍କୁ ବଞ୍ଚାଇଛନ୍ତି। ସେମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି। 

Advertisment

Haryana Ganesh Idols Ganesh Idol Immersion Ceremony
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ