Advertisment

୨ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି ।

ଅଦ୍ୟତନ ହୋଇଛି
7 Die In Fire At Building In Madhya Pradesh's Indore, 9 Rescued

7 Die In Fire At Building In Madhya Pradesh's Indore, 9 Rescued

Advertisment

ଦୁଇ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ତେବେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା, ୫ ଜଣ ପୁରୁଷ ଥିବାବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି ।

Advertisment

ସୂଚନା ଅନୁସାରେ, ଆଜି ଭୋର ୪ଟାରୁ ୫ଟା ମଧ୍ୟରେ ଇନ୍ଦୋରର ସ୍ୱର୍ଣ୍ଣବାଗ ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ଇନ୍ଦୋର ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାସହ ନିଆଁ ଲିଭା କାମରେ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ଯାହା ପରେ ଅଗ୍ନିଶମବାହିନୀ ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିଥିଲେ ।

Advertisment

ଅନ୍ୟପକ୍ଷେ, ସର୍ଟ ସର୍କିଟ ଯୋଗୁଁ କୋଠା ତଳେ ଥିବା ପାର୍କିଂରେ ପ୍ରଥମେ ନିଆଁ ଲାଗିବାରୁ ତାହା ବିଲ୍ଡିଂକୁ ବ୍ୟାପିଥିବାର ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ଇନ୍ଦୋର ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

Advertisment
Madhya Pradesh Indore Building Fire Indore Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ