Advertisment

ଅଣ୍ଟାରେ ବେଲ୍ଟ ବାନ୍ଧି ନେଉଥିଲେ ଏମିତି ଜିନିଷ, ଏୟାରପୋର୍ଟରେ ଧରାପଡ଼ିଗଲେ...

କଥାରେ ଅଛି, ଚୋର ଯେତେ ଚାଲାକି ହେଲେ ମଧ୍ୟ ଛୋଟ ଭୁଲ୍‌ ଧରାପକାଇ ଦେଇଥାଏ। ଏଭଳି କିଛି ଘଟିଛି ୭ ଯାତ୍ରୀଙ୍କ ସହ। ଆଉ ହାତରୁ ଚାଲି ଯାଇଛି କୋଟି କୋଟି ଟଙ୍କା।

ଅଦ୍ୟତନ ହୋଇଛି
Gold Seized From Mumbai Airport

61 Kg Gold Seized From 7 Travellers At Mumbai Airport

Advertisment

କଥାରେ ଅଛି, ଚୋର ଯେତେ ଚାଲାକି ହେଲେ ମଧ୍ୟ ଛୋଟ ଭୁଲ୍‌ ଧରାପକାଇ ଦେଇଥାଏ। ଏଭଳି କିଛି ଘଟିଛି ୭ ଯାତ୍ରୀଙ୍କ ସହ। ଆଉ ହାତରୁ ଚାଲି ଯାଇଛି କୋଟି କୋଟି ଟଙ୍କା। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ୍‌ ଏୟାରପୋର୍ଟରେ ୭ ଯାତ୍ରୀଙ୍କ ଠାରୁ କଷ୍ଟମ ଅଧିକାରୀ ୬୧ କେଜି ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୩୨ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

Advertisment

ପ୍ରଥମ ଥର ପାଇଁ ଗୋଟିଏ ଦିନରେ ବିମାନବନ୍ଦରରେ ଏତେ ପରିମାଣର ସୁନା ଜବତ ହୋଇଛି। ଏହି ଘଟଣାରେ ୭ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି। ଏହି ୭ ଯାତ୍ରୀ ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ବେଲ୍ଟରେ ସୁନା ଲୁଚାଇ ଆଣିଥିଲେ। ବେଲ୍ଟ ମଧ୍ୟରେ ସୁନା ବିସ୍କୁଟ ରଖି ଏମାନେ ଅଣ୍ଟାରେ ବାନ୍ଧି ନେଉଥିଲେ। ହେଲେ ସେମାନଙ୍କର ଏହି ଚାଲାକି କଷ୍ଟମ ଅଧିକାରୀ ଧରି ପକାଇଥିଲେ। ବିମାନ ବନ୍ଦରରେ ଚେକିଂ ବେଳେ କଷ୍ଟମ୍ସ ଡିପାର୍ଟମେଣ୍ଟର ଅଧିକାରୀ ସେମାନଙ୍କୁ ଧରିଥିଲେ। ଏହି ବେଲ୍ଟରେ ଅନେକ ପକେଟ୍ ଥିଲା। 

ଯାତ୍ରୀଙ୍କ ଠାରୁ ଜବତ ହୋଇଥିବା ସୁନା ମଧ୍ୟରେ ୟୁଏଇରେ ନିର୍ମିତ ୫୩ କେଜିର ସୁନା ରହିଛି। ଯାହାର ମୂଲ୍ୟ ୨୮.୧୭ କୋଟି ଟଙ୍କା। ସେହିପରି ଦୁବାଇରୁ ଫେରିଥିବା ୩ ଜଣ ଯାତ୍ରୀଙ୍କ ଠାରୁ ୮ କେଜି ସୁନା ଜବତ ହୋଇଛି। କଷ୍ଟମ୍ସ ଡିପାର୍ଟମେଣ୍ଟର ତତ୍ପରତାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ପ୍ରଶଂସା କରିଛନ୍ତି।   

Advertisment
Mumbai Airport Gold Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ