Advertisment

ଚଳନ୍ତା କାର୍‌ରେ ମା’ ଓ ୬ ବର୍ଷର ଝିଅକୁ ଗଣଦୁଷ୍କର୍ମ: କେନାଲ କଡ଼ରେ ଫିଙ୍ଗି ଦେଇ ଚାଲିଗଲେ

ଚଳନ୍ତା କାର୍‌ରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କୌଶଳକ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଥାନାରେ ଅଭିଯୋଗ କରିଥିଲେ।

6-Year-Old Daughter Gangraped In Moving Car

6-Year-Old Daughter Gangraped In Moving Car

Advertisment

ଚଳନ୍ତା କାର୍‌ରେ ଜଣେ ମହିଳା ଓ ତାଙ୍କର ୬ ବର୍ଷର ଝିଅଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତରାଖଣ୍ଡ ହରିଦ୍ୱାରର ରୁର୍‌କି ଅଞ୍ଚଳରେ ଏହି ଲଜ୍ଜାକର ଘଟଣା ଘଟିଛି। ଲିଫ୍ଟ ଦେବା ବାହାନାରେ ଜଣେ ବ୍ୟକ୍ତି ଓ ତାଙ୍କର ସାଙ୍ଗମାନେ ଦୁଷ୍କର୍ମ କରିଥିବା ପୋଲିସ୍‌ ସୂଚନା ଦେଇଛି। 

Advertisment

ସମ୍ପୃକ୍ତ ମହିଳା ଓ ତାଙ୍କର ୬ ବର୍ଷ ଝିଅ ରାତିରେ ପିରନ୍‌ କାଲିଆର୍‌ରୁ ଘରକୁ ଯାଉଥିଲେ। ଏହି ସମୟରେ ସୋନୁ ନାମକ ଜଣେ ବ୍ୟକ୍ତି ତାଙ୍କୁ କାର୍‌ରେ ଘରେ ଛାଡ଼ିବା ପାଇଁ ଲିଫ୍ଟ ଅଫର୍‌ ଦେଇଥିଲେ। ତେବେ କାର୍‌ରେ ପୂର୍ବରୁ ତାଙ୍କର ସାଙ୍ଗମାନେ ଥିଲେ। ଅଭିଯୋଗ ଅନୁସାରେ, ସୋନୁ ଓ ତାଙ୍କର ସହଯୋଗୀ ଲିଫ୍ଟ ବାହାନାରେ ଏହାର ଫାଇଦା ଉଠାଇ ମହିଳା ଓ ତାଙ୍କର ଝିଅକୁ ଚଳନ୍ତା କାର୍‌ରେ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନଙ୍କୁ ଏକ କେନାଲ ନିକଟରେ ଫିଙ୍ଗି ଦେଇଥିଲେ। 

କୌଶଳକ୍ରମେ ମହିଳା ଜଣକ ଘଟଣାସ୍ଥଳରୁ ଖସି ଥାନାରେ ଅଭିଯୋଗ କରିଥିଲେ। କାର୍‌ରେ କେତେ ଜଣ ଥିଲେ ସେସମ୍ପର୍କରେ ଉକ୍ତ ମହିଳା ସଠିକ୍‌ ଭାବେ କହିପାରି ନଥିବାବେଳେ ସୋନୁ କାର୍‌ ଚଳାଉ ଥିଲେ ବୋଲି କହିଛନ୍ତି। ଅଭିଯୋଗ ଆଧାରରେ ପୋଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। ଖବର ଲେଖାଯିବା ସୁଦ୍ଧା ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ୍‌ ସଫଳ ହୋଇପାରିନି। 

Advertisment
Woman Gangraped Gangraped
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ