Bus Accident
ଉତ୍ତର ପ୍ରଦେଶ କାନପୁରରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। କାନପୁର ସହରର ବାବୁପୁରୱା ଥାନା ଅନ୍ତର୍ଗତ ଟାଟାମିଲ୍ କ୍ରସ୍ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।ଦ୍ରୁତ ବେଗରେ ଆସୁଥିବା ଏକ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ,ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।
ସୂଚନା ଅନୁସାରେ, ଟାଟାମିଲ୍ କ୍ରସ୍ ରୋଡ୍ରେ ରାସ୍ତା କଡ଼ରେ ପ୍ରାୟ ୧୫ ଜଣ ଲୋକ ଛିଡ଼ା ହୋଇଥିଲେ। ଏହି ସମୟରେ ଏକ ଇଲେକ୍ଟ୍ରିକ ବସ୍ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ବ୍ରେକ୍ ଫେଲ୍ ହେବା ଯୋଗୁ ବସ୍ଟି ଲୋକଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ପୋଲିସ କହିଛି। ଏହାପରେ ବସ୍ଟି ଟ୍ରାଫିକ୍ ବୁଥ୍ ଭାଙ୍ଗି ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଘଟଣାର ତଦନ୍ତ ଚାଲିଥିବା କାନପୁର ଇଷ୍ଟର ଡିସିପି କହିଛନ୍ତି।
୩ଟି କାର୍ ଓ ଅନେକ ବାଇକ୍ ସହ ବସ୍ ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ୍ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଶୋକ ପ୍ରକାଶ କରିଛନ୍ତି।
कानपुर से सड़क हादसे का बहुत ही दुखद समाचार प्राप्त हुआ।
मृतकों के परिजनों के प्रति मेरी गहरी शोक संवेदनाएं। मैं ईश्वर से प्रार्थना करती हूं कि घायलों को जल्द स्वास्थ्य लाभ मिले।
— Priyanka Gandhi Vadra (@priyankagandhi) January 30, 2022
ତେଲେଙ୍ଗାନାର କରିମନଗରରେ କାର୍ ମାଡ଼ିଯିବାରୁ ୪ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ଗତ ସନ୍ଧ୍ୟାରେ କରିମନଗର ସହରର କମାନ୍ରେ କିଛି ମହିଳା ରାସ୍ତାରେ ଛିଡ଼ା ହୋଇଥିବାବେଳେ ଗୋଟିଏ କାର୍ ଦ୍ରୁତ ବେଗରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସମସ୍ତ ୪ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ଆଉ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କରିମନଗର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାର୍ଟି ଜଣେ ନାବାଳକ ଚଳାଉଥିବା ପୋଲିସ ସ୍ପଷ୍ଟ କରିଛି। କାର୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୂର୍ବରୁ ଏହି କାର୍ ନାଁରେ ଦ୍ରୁତ ବେଗରେ ଚଳାଇବା ଅଭିଯୋଗରେ ୯ଟି ଚାଲାଣ କଟା ହୋଇଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643599496.jpg)