Toxic Gas Leaks
ସୁରତ: ଗୁଜରାଟ ସୁରତରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ସୁରତର ସଚିନ ଜିଆଇଡିସି ଅଞ୍ଚଳରେ ଏକ ଟ୍ୟାଙ୍କର୍ରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୨ ଜଣ ଅସୁସ୍ଥ ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୁରତ ସିଭିଲ ହସ୍ପିଟାଲରେ ଅସୁସ୍ଥଙ୍କ ଚିକିତ୍ସା ଚାଲିଛି। ଅସୁସ୍ଥଙ୍କ ମଧ୍ୟରୁ ୮ ଜଣଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିବା ଜଣାପଡ଼ିଛି।
କେମିକାଲ ଲିକ୍ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। କେମିକାଲ ଲିକ୍ ରୋକିବାକୁ ପ୍ରୟାସ ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଆଜି ଭୋର ସମୟରେ ସୁରତର ସଚିନ ଜିଆଇଡିସି ଅଞ୍ଚଳରେ ଏକ ଟ୍ୟାଙ୍କର୍ରୁ କେମିକାଲ ଗ୍ୟାସ୍ ଲିକ୍ ଆରମ୍ଭ ହୋଇଥିଲା। ଟ୍ୟାଙ୍କର ଛିଡ଼ା ହୋଇଥିବା ସ୍ଥାନରୁ କିଛି ମିଟର ଦୂରରେ ଶ୍ରମିକମାନେ ଶୋଇଥିଲେ। ଫଳରେ ଟ୍ୟାଙ୍କରରୁ କେମିକାଲ୍ ଗ୍ୟାସ୍ ଲିକ୍ ଯୋଗୁ ଶ୍ରମିକମାନେ ଏହା ସଂସ୍ପର୍ଶରେ ଆସିଥିଲେ। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି। ତେବେ କେଉଁ ପରିସ୍ଥିତିରେ ଟ୍ୟାଙ୍କରରୁ କେମିକାଲ ଲିକ୍ ହେଲା, ତାହା ଜଣାପଡ଼ିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641442344.jpg)