Advertisment

ସକାଳୁ ସକାଳୁ ୨ଥର ଥରାଇ ଦେଲା ଭୂକମ୍ପ, ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଲେ ଲୋକେ

ଭାରତ-ମିଆଁମାର ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ଭୋର ୫ଟା ୧୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ତେବେ ସକାଳ ୫ଟା ୫୩ ମିନିଟ୍‌ରେ ଦ୍ୱିତୀୟ ଥର ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Earthquake

earthquake

Advertisment

ନୂଆଦିଲ୍ଲୀ: ଭାରତ-ମିଆଁମାର ସୀମାରେ ଶୁକ୍ରବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରକ୍ଟର ସ୍କେଲ୍‌ରେ ୬.୧ ଥିଲା। ଭୂକମ୍ପର ଝଟକା ପଶ୍ଚିମବଙ୍ଗର କୋଲକାତା, ତ୍ରିପୁରା, ମଣିପୁର, ମିଜୋରାମ ଓ ଆସାମରେ ଅନୁଭୂତ ହୋଇଛି। ଏ ନେଇ ନ୍ୟାସ୍‌ନାଲ୍‌ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭୂକମ୍ପ ଯୋଗୁ ଭୟରେ ଲୋକମାନେ ଘରୁ ବାହାରି ଆସିଥିବା ଦେଖିବାକୁ ମିଳିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ୧୮୩ କି.ମି. ଦୂର ପୂର୍ବ ଚିଟ୍ଟାଗଙ୍ଗ ବୋଲି ଜଣାପଡ଼ିଛି। ଆଜି ଭୋର ୫ଟା ୧୫ ମିନିଟ୍‌ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ତେବେ ସକାଳ ୫ଟା ୫୩ ମିନିଟ୍‌ରେ ଦ୍ୱିତୀୟ ଥର ପାଇଁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା ବୋଲି ସୂଚନା ମିଳିଛି। 

ଏହା ପୂର୍ବରୁ ଆସାମର ରାଜଧାନୀ ଗୌହାଟୀ ସମେତ ରାଜ୍ୟର କିଛି ସ୍ଥାନରେ ଗତ ଶନିବାର ଦ୍ୱିପହରରେ ୪.୧ ତୀବ୍ରତା ଭୂକମ୍ପର ଝଟକା ଅନୁଭୂତ କରାଯାଇଥିଲା।

Advertisment
Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ