Advertisment

ଆସନ୍ତା ମାସରୁ ମାଗଣା ବିଜୁଳି : ସରକାରଙ୍କ ବଡ଼ ନିଷ୍ପତ୍ତି

ସେପ୍ଟେମ୍ବର ୧ରୁ ପଞ୍ଜାବ ଲୋକଙ୍କୁ ମିଳିବ ମାଗଣା ବିଜୁଳି ।

ଅଦ୍ୟତନ ହୋଇଛି
Special story

Special story

Advertisment

ଆସନ୍ତା ମାସରୁ ମାଗଣା ବିଜୁଳି । ପାର୍ବଣ ଋତୁ ପୂର୍ବରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। ରାଜ୍ୟର ପ୍ରାୟ ୫୧ ଲକ୍ଷ ପରିବାରଙ୍କୁ ସେପ୍ଟେମ୍ବର ୧ରୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ୬୬ କିଲୋ ଭୋଲ୍ଟ ବ୍ୟାସ୍‌ ଲାଇନ ଲୋକଙ୍କ ପାଇଁ ଉତ୍ସର୍ଗ କରିବା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି , ରାଜ୍ୟର ଆମ୍ ଆଦମୀ ସରକାର ସବୁ ବର୍ଗର ଲୋକଙ୍କୁ ପ୍ରତ୍ୟେକ ବିଲରେ ମାଗଣାରେ ୬୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇ ଦେଇଛନ୍ତି ।

Advertisment

ପଞ୍ଜାବରେ ମୋଟ ୭୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା

ପଞ୍ଜାବର ୭୪ ଲକ୍ଷ ମଧ୍ୟରୁ ୫୧ ଲକ୍ଷ ପରିବାରକୁ ସେପ୍ଟେମ୍ବର ୧ରୁ ଆଦୌ ବିଜୁଳି ବିଲ୍‌ ଦେବାକୁ ପଡ଼ିବ ନାହିଁ ଅର୍ଥାତ୍ ଶୂନ ବିଦ୍ୟୁତ୍ ବିଲ୍ ‌ଆସିବ । ଦିଲ୍ଲୀ ପରେ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବରେ ମୋଟ ୭୪ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଅଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ବରୁ କହିଥିଲେ , ରାଜ୍ୟ ସରକାର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁଛନ୍ତି । ଏହି କ୍ରମରେ ଲୋକଙ୍କୁ ମାଗଣା ବିଜୁଳି ଉପଲବ୍ଧ କରାଯିବ ।

ଓଭରଲୋଡିଂ ସମସ୍ୟାରୁ ମୁକ୍ତି ମିଳିବ

 ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଶୀଘ୍ର ଏହି ପ୍ରକଳ୍ପ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମୁଦାୟ ୪.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମାଗଣା ବିଦ୍ୟୁତ ଯୋଗୁଁ ୨ ଲକ୍ଷରୁ ଅଧିକ ଉପଭୋକ୍ତା ଉପକୃତ  ହେବେ । ଫଳରେ ସେମାନଙ୍କୁ ବିଦ୍ୟୁତ୍ କାଟ କିମ୍ବା ଓଭରଲୋଡିଂ ବିଷୟରେ ଚିନ୍ତା କରିବାକୁ ପଡିବ ନାହିଁ । ରାଜ୍ୟ ବଜେଟରେ ମୋଟ ୧୫,୮୪୫ କୋଟି ଟଙ୍କା ବିଦ୍ୟୁତ ସବସିଡି ବିଲ୍ ପ୍ରସ୍ତାବ ଦିଆଯାଇଛି ।

Advertisment
Punjab Electricity Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ