Advertisment

ଭୟଙ୍କର ସଡ଼କ ଦୁର୍ଘଟଣାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ସମ୍ପର୍କୀୟ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିବଙ୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।

Sushant Singh Rajput

Sushant Singh Rajput

Advertisment

ପାଟଣା: ବିହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିବଙ୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସୁଶାନ୍ତଙ୍କ ଭିଣୋଇ ଓ.ପି ସିଂଙ୍କ ଭିଣୋଇ ଓ ଅନ୍ୟ ସମ୍ପର୍କୀୟ ଥିଲେ। 

Advertisment

ସୂଚନା ଅନୁସାରେ, ସୋମବାର ପାଟନାରେ ଓ.ପି ସିଂଙ୍କ ଭଉଣୀଙ୍କ ଦେହାନ୍ତ ହୋଇଥିଲା। ଅନ୍ତିମ ସଂସ୍କାରରେ ସାରି ଓ.ପି ସିଂଙ୍କ ପରିବାର ଲୋକ ଏକ ଏସ୍‌ୟୁଭି କାର୍‌ରେ ଜମୁଇ ଯାଉଥିଲେ। ଏହି ସମୟରେ କାର୍‌ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏକ ଏଲ୍‌ପିଜି ସିଲିଣ୍ଡର ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା। ଫଳରେ ସିକନ୍ଦରା-ଶେଖପୁରା ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣାରେ ଓ.ପି ସିଂଙ୍କ ଭିଣୋଇ ଲଲ୍‌ଜିତ ସିଂ, ଅମିତ ଶେଖର ସିଂ, ରାମଚନ୍ଦ୍ର ସିଂ,  ଡି.ଜି କୁମାରୀ ଓ ଡ୍ରାଇଭର ପ୍ରୀତମ କୁମାରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ୪ ଆହତଙ୍କୁ ଚିକିତ୍ସା ପାଇ ପାଟନାକୁ ରେଫର୍‌ କରାଯାଇଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମୃତଦେହ ଉଦ୍ଧାର କରି ପୋଲିସ୍‌ ପୋଷ୍ଟମର୍ଟମ ପାଇଁ ପଠାଇଛି।  

Advertisment

ସୂଚନାଥାଉ କି, ମଙ୍ଗଳବାର ସକାଳେ ଏନ୍‌ଏଚ୍‌ ୩୩୩ରେ ଟ୍ରକ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ କାର୍‌ରେ ୧୦ ଜଣ ଥିଲେ। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ। 

୨୦୨୦ ଜୁନ୍‌ ୧୪ରେ ମୁମ୍ବାଇ ସ୍ଥିତ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। 

Advertisment
Sushant Singh Rajput Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ