Advertisment

୫ ରାଜ୍ୟରେ ଟିକାକରଣ ସାର୍ଟିଫିକେଟ୍‌ରୁ ହଟିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ

ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟ୍‌ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ନିର୍ବାଚନ ସରିବା ଯାଏ କୋୱିନ୍‌ରୁ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍‌ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି।

ଅଦ୍ୟତନ ହୋଇଛି
Vaccine certificates

Vaccine certificates

Advertisment

ନୂଆଦିଲ୍ଲୀ: ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ କରୋନା ଟିକାକରଣ ସାର୍ଟିଫିକେଟ୍‌ରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ୫ ରାଜ୍ୟ- ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ଏହି କଟକଣା ଲାଗିବ। 

Advertisment

ଏହି ୫ ରାଜ୍ୟରେ ଟିକାକରଣ ସାର୍ଟିଫିକେଟ୍‌ରେ ରହିବନି ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ। ନିର୍ବାଚନ ସରିବା ଯାଏ କୋୱିନ୍‌ରୁ ସାର୍ଟିଫିକେଟ୍ ଡାଉନ୍‌ଲୋଡ୍‌ କଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଦେଖିବାକୁ ମିଳିବନି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ପଶ୍ଚିମବଙ୍ଗ ଓ ଅନ୍ୟ ଉପ ନିର୍ବାଚନ ବେଳେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ।

ଗତ ଶନିବାର ଦିନ ନିର୍ବାଚନ କମିଶନ ୫ ରାଜ୍ୟରେ ବିଧାନସଭା ନିର୍ବାଚନକୁ ନେଇ ତାରିଖ ଘୋଷଣା କରିଥିଲେ। ଫେବୃଆରୀ ୧୪ରେ ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବାବେଳେ ମଣିପୁରରେ ୨ଟି ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୭ ଓ ମାର୍ଚ୍ଚ ୩ରେ ହେବ। ସେହିପରି ଉତ୍ତରପ୍ରଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବୃଆରୀ ୧୦, ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଓ ମାର୍ଚ୍ଚ ୭ରେ ନିର୍ବାଚନ ହେବ। ସମସ୍ତ ୫ ରାଜ୍ୟରେ ମାର୍ଚ୍ଚ ୧୦ରେ ଭୋଟ୍‌ ଗଣତି ଆରମ୍ଭ ହେବ। 

Advertisment

ସୂଚନାଥାଉ କି, ଟିକାକରଣ ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଇବା ପାଇଁ କେରଳ ହାଇକୋର୍ଟରେ ଆବେଦନ ହୋଇଥିଲା। ଗତବର୍ଷ ଡିସେମ୍ବରରେ କେରଳ ହାଇକୋର୍ଟ ଆବେଦନକୁ ଖାରଜ କରି ଦେଇଥିଲେ। ଆବେଦନର ଶୁଣାଣି କରି କେରଳ ହାଇକୋର୍ଟ ଜଜ୍‌ କହିଥିଲେ, ‘ସେ(ମୋଦି) ଆମ ପ୍ରଧାନମନ୍ତ୍ରୀ, ନା କି ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ।’

PM Modi COVID Vaccination Vaccine Certificates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ