Advertisment

ଓଡ଼ିଶା ପରେ ୟୁପିରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା, ଘରେ ନିଆଁ ଲଗାଇଦେଲେ

ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାପରେ ଅଭିଯୁକ୍ତମାନେ ମୃତକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
5 people of a family killed

5 people of a family killed

Advertisment

ଓଡ଼ିଶାର କଟକ ଜିଲ୍ଲା ମାହାଙ୍ଗାରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗୋଟିଏ ପରିବାରର ୫ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାପରେ ଅଭିଯୁକ୍ତମାନେ ମୃତକଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ପରିବାରର ୫ ଜଣଙ୍କୁ ଇଟା, ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହାପରେ ଦୁର୍ବୃତ୍ତମାନେ ଘରେ ନିଆଁ ଲଗାଇ ଦେଇଥିଲେ। ଭାଇ, ଭାଉଜ ଓ ପରିବାରର ଅନ୍ୟ ୩ ସଦସ୍ୟଙ୍କୁ କେହି ହତ୍ୟା କରିଥିବା ନେଇ ପ୍ରଦୀପ ପୋଲିସ୍‌କୁ ସୂଚନା ଦେଇଥିଲେ। ଗଣହତ୍ୟାର ଖବର ମିଳିବା ପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। 

ପ୍ରାଥମିକ ତତନ୍ତରୁ ଜଣାପଡ଼ିଛି ଲୁଟ୍‌ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି। ପ୍ରମାଣ ନଷ୍ଟ ପାଇଁ ଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋରେନସିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାଡ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛନ୍ତି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଗତ ୧୧ ତାରିଖ ରାତିରେ ମାହାଙ୍ଗାର କୁସୁପୁରରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିଲା। ମୃତକଙ୍କ ସାନ ଭାଇ ଶିବ ସାହୁ ବଡ଼ ଭାଇର ପରିବାରକୁ ନିପାତ କରି ଦେଇଥିଲା। ବଡ଼ ଭାଇ, ଭାଉଜ, ଝିଆରୀ ଓ ୨ ପୁତୁରାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ସାନ ଭାଇ ଶିବ ସାହୁ। ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତର ସମ୍ପର୍କ ଭୁଲି ରକ୍ତ ବୁହାଇଥିବା ଶିବ ହତ୍ୟା କରିଥିବା ନେଇ ସ୍ୱୀକାର ମଧ୍ୟ କରିଥିଲା। 

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ