Advertisment

କେଡେ ଚାଲାକ୍‌ ! ଗାଡ଼ି ଚକାରେ ବେଆଇନ ଭାବେ ନେଉଥିଲେ ୯୩ ଲକ୍ଷ ଟଙ୍କା

ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି।

ଅଦ୍ୟତନ ହୋଇଛି
Cash Seized from Car Tyre

Loot

Advertisment

ବାଃ ବାଃରେ ବୁଦ୍ଧି । ଗାଡିରେ ଟଙ୍କା ନେଲେ କାଳେ କିଏ ଦେଖିଦେବ ସେଇଥି ପାଇଁ ଷ୍ଟେପ୍‌ ପିନ ଭିତରେ ନେଇଯାଉଥିଲେ ଟଙ୍କା । ସିଏ ପୁଣି ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପୂରାପୂରି ୯୩ ଲକ୍ଷ ଟଙ୍କା । ଆଉ ଟଙ୍କା ଧରାପଡିବା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଟଙ୍କାକୁ ଜବତ କରିଛି ପୋଲିସ୍‌। ତେବେ ପୋଲିସ କହିଛି ଗାଡିଟି ବିହାର ରାଜ୍ୟର ହୋଇଥିବା ବେଳେ ପଶ୍ଚିମବଙ୍ଗର ଆଲ୍ଲିପୁର ଯାଉଥିବା ବେଳେ ଟଙ୍କା ଜବତ କରାଯାଇଛି।

Advertisment

ରବିବାର କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ୪୮ ନମ୍ବର ଜାତୀୟ ରାଜପଥରେ ଏକ ଗାଡିରେ ବେଆଇନ ଭାବରେ ଟଙ୍କା କାରବାର ଚାଲିଛି। ଆଉ ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ପୂରା ଟିମ୍‌କୁ ନେଇ ଚଢାଉ କରିଥିଲା ପୋଲିସ । ଖାଲି ଏତିକି ନୁହେଁ ବରଂ ଷ୍ଟେପପିନ୍‌ରୁ ସବୁ ଟଙ୍କା ବାହାର କରି ଯେତେବେଳେ ଗଣିଥିଲା ସେତେବେଳେ ଉଡିଯାଇଥିଲା ହୋସ୍‌। ହେଲେ ଆଶ୍ଚର୍ଯ୍ୟର କଥା, ଏମିତି ଟାୟାର ଭିତରେ ଏତେ ପରିମାଣର ଟଙ୍କା କାହିଁକି ଓ କିଏ ନେଉଥିଲା ସେନେଇ ଚାଲିଛି ତଦନ୍ତ।

ବିହାର ପୋଲିସର କହିବା ଅନୁସାରେ, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଟଙ୍କା କୋଉଠିକାର ଜାଣିବା ପାଇଁ ସ୍ଥାନୀୟ ବ୍ୟାଙ୍କ କର୍ମଚାରୀଙ୍କୁ ଯୋଗାଯୋଗ ମଧ୍ୟ କରାଯାଇଥିଲା। ହେଲେ ଏଯାଏଁ ଟଙ୍କା କୋଉଠିକାର ଜଣାପଡିନଥିବା କୁହାଯାଉଛି । ହେଲେ ଷ୍ଟେପପିନ୍‌ ଭିତରେ ଏତେ ଟଙ୍କା ଥିବା ଘଟଣାକୁ ନେଇ ଏବେ ପୂରା ବିହାରରେ ଚର୍ଚ୍ଚା ଚାଲିଛି ।

Advertisment
Loot Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ