Advertisment

ମିଜୋରାମ ସମେତ ଭୂକମ୍ପରେ ଥରିଲା ଏହିସବୁ ରାଜ୍ୟ

ମିଜୋରାମର ଚମ୍ପାଇ ନିକଟରେ ଆଜି ଅପରାହ୍ଣରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭାରତ-ମିଆଁମାର ସୀମାବର୍ତ୍ତୀ ଚମ୍ପାଇର ଦକ୍ଷିଣ-ପୂର୍ବରେ ୫୮ କି.ମି. ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।

Earthquake

Earthquake

Advertisment

ଚମ୍ପାଇ: ମିଜୋରାମର ଚମ୍ପାଇ ନିକଟରେ ଆଜି ଅପରାହ୍ଣରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ମିଜୋରାମ, ମଣିପୁର, ଆସାମ ଓ ଉତ୍ତର ବଙ୍ଗରେ ମଧ୍ୟ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂପୃଷ୍ଠରୁ ୬୦ କି.ମି. ଗଭୀରତାରେ ଅପରାହ୍ଣ ୩ଟା ୪୨ ମିନିଟ୍‌ରେ ଏହି ଭୂକମ୍ପ ହୋଇଥିଲା।

Advertisment

ଭାରତ-ମିଆଁମାର ସୀମାବର୍ତ୍ତୀ ଚମ୍ପାଇର ଦକ୍ଷିଣ-ପୂର୍ବରେ ୫୮ କି.ମି. ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ଖବର ଲେଖାଯିବା ସୁଦ୍ଧା, କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି। 

Advertisment

ଗତବର୍ଷ ଡିସେମ୍ବରରେ ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ୟୁଏସ୍‌ ଜିଓଲୋଜିକାଲ୍‌ ସର୍ଭେ(USGS) ଅନୁସାରେ, ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୭.୩ ରେକର୍ଡ କରାଯାଇଥିଲା। ଭୂକମ୍ପ ଝଟ୍‌କା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଥିଲା। ନ୍ୟାସନାଲ୍‌ ସେଣ୍ଟର ଫର୍‌ ସିସ୍ମୋଲୋଜି ଅନୁସାରେ, Maumere ସହରର ଉତ୍ତର ଦିଗରୁ ୧୦୦ କି.ମି. ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡ଼ିଥିଲା।

Earthquake Mizoram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ