Advertisment

ଚିନ୍ତା ବଢ଼ାଇଲା ଆନୁଆଲ୍‌ ଡେ’ ସେଲିବ୍ରେସନ୍‌ ! ଗୋଟିଏ କଲେଜରୁ ୪୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌

ତେଲେଙ୍ଗାନାରେ ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା

ଅଦ୍ୟତନ ହୋଇଛି
43 Medical Students Test Positive

43 Medical Students Test Positive

Advertisment

ହାଇଦ୍ରାବାଦ: ତେଲେଙ୍ଗାନା କରିମନଗର ଜିଲ୍ଲାରେ ଥିବା ଏକ କଲେଜର ୪୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରିମନଗର ଜିଲ୍ଲା ବୋମ୍ମଳାକାଲ୍‌ ସ୍ଥିତ ଚାଲ୍‌ମେଡା ଆନନ୍ଦ ରାଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସର ୪୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ କଲେଜ ବନ୍ଦ ନେଇ ଘୋଷଣା ହୋଇଛି। ସପ୍ତାହକ ପୂର୍ବେ କଲେଜରେ ଆନୁଆଲ୍‌ ଡେ’ ଇଭେଣ୍ଟ୍‌ ପାଳିତ ହୋଇଥିଲା। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିଥିବା କୁହାଯାଉଛି। 

ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆନୁଆଲ୍‌ ଡେ’ ଇଭେଣ୍ଟ୍‌ରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ନେଇ ସରକାରଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ଏପରିକି ଇଭେଣ୍ଟରେ ଅଧିକାଂଶ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ବୋଲି କରିମନଗର ଜିଲ୍ଲା ମେଡିକାଲ୍‌ର ସ୍ୱାସ୍ଥ୍ୟ ଅଧିକାରୀ ଡଃ ଜୁଭେରିଆ କହିଛନ୍ତି। 

Advertisment

୨୦୦ ପିଲାଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏକାସଙ୍ଗେ ୪୩ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଷ୍ଟାଫ୍‌ଙ୍କ କରୋନା ଟେଷ୍ଟ୍‌ କରାଯାଇଛି। ଏହାସହ କଲେଜ କ୍ୟାମ୍ପସକୁ ସାନିଟାଇଜ୍‌ କରାଯାଇଛି। 

ଆସନ୍ତା ଜାନୁଆରୀ ମଧ୍ୟଭାଗରେ ଆହୁରି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଫେବୃଆରୀରେ ଏହା ପିକ୍‌ ସ୍ତରରେ ପହଞ୍ଚିପାରେ। ଏନେଇ ତେଲେଙ୍ଗାନାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡଃ ଜି ଶ୍ରୀନିବାସ ଆଶଙ୍କା ପ୍ରକଟ କରିଛନ୍ତି। ପଜିଟିଭ୍‌ ଚିହ୍ନଟ ପରେ ହାଇଦ୍ରାବାଦ ଆସିଥିବା ୧୩  ବିଦେଶୀ ଫେରନ୍ତାଙ୍କ ସାମ୍ପଲ ଜେନୋମ୍‌ ସିକ୍ୱେନ୍ସିଂ ପାଇଁ ପଠା ଯାଇଛି। 

Advertisment

ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ୍‌ଲାଇନ୍‌ ୱର୍କର୍ସ, vulnerable ଗ୍ରୁପ୍‌ର ସଦସ୍ୟଙ୍କୁ ବୁଷ୍ଟର ଡୋଜ୍‌ ଦେବା ଲାଗି ଅନୁମତି ପ୍ରଦାନ କରିବା ଲାଗି ତେଲେଙ୍ଗାନା ସ୍ୱାସ୍ଥ୍ୟମନ୍ତ୍ରୀ ହରିଶ ରାଓ କେନ୍ଦ୍ରକୁ ଚିଠି ଲେଖିଛନ୍ତି। 

COVID-19 Telangana Students Test Covid Positive
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ