Advertisment

ଦିନକରେ ୫୭ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ, ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌ ପାଇଁ ୧୨ ରାଜ୍ୟରେ କଟକଣା

ଦିନକରେ ଓମିକ୍ରନ୍‌ କେସ୍‌ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Omicron Cases In India

Omicron Cases In India

Advertisment

ନୂଆଦିଲ୍ଲୀ: ଦେଶରେ ଏଯାବତ୍‌ ୪୧୫ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏନେଇ ଆଜି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦିନକରେ ଓମିକ୍ରନ୍‌ କେସ୍‌ ୧୬% ବୃଦ୍ଧି ପାଇଥିବା ଜଣାପଡ଼ିଛି। ଶୁକ୍ରବାର ସାରା ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୫୮ ଥିଲା,ତେବେ ଗୋଟିଏ ଦିନରେ ଏହି ସଂଖ୍ୟା ବୃଦ୍ଧି ପାଇ ଏବେ ୪୧୫ରେ ପହଞ୍ଚିଛି। ଚିହ୍ନଟ ମୋଟ୍‌ ୪୧୫ ଓମିକ୍ରନ୍‌ ସଂକ୍ରମିତଙ୍କ ମଧ୍ୟରୁ ୧୧୫ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି।

Advertisment

ଦେଶରେ ୧୭ଟି ରାଜ୍ୟରେ ଓମିକ୍ରନ୍‌ ସଂକ୍ରମଣ ବ୍ୟାପି ସାରିଲାଣି। ତେବେ ଉତ୍ତର-ପୂର୍ବରେ କୌଣସି ରାଜ୍ୟରେ ଏଯାବତ୍‌ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୭୯, ଗୁଜରାଟରେ ୪୩, ତେଲେଙ୍ଗାନାରେ ୩୮, କେରଳରେ ୩୭, ତାମିଲନାଡୁରେ ୩୪, କର୍ଣ୍ଣାଟକରେ ୩୧, ରାଜସ୍ଥାନରେ ୨୨, ହରିୟାଣା, ଓଡ଼ିଶା, ଏବଂ ଆନ୍ଧ୍ରପ୍ରପଦେଶରେ ୪ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜମ୍ମୁ-କାଶ୍ମୀର ଓ ପଶ୍ଚିମବଙ୍ଗରେ ୩ ଜଣ ଲେଖାଏ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ଦିନକୁ ଦିନ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଓ କରୋନାର ତୃତୀୟ ଲହର ଆଶଙ୍କାରେ ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ସମେତ ୧୨ ରାଜ୍ୟରେ ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌ ପାଳନ ଉପରେ କଟକଣା ଲଗା ଯାଇଛି। ନୂଆବର୍ଷ ଓ ଖ୍ରୀଷ୍ଟମାସ୍‌କୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଛି। 

Advertisment
COVID19 Night Curfew Omicron Omicron Variant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ