Advertisment

ଅପରେସନ ମେଘଦୂତକୁ ପୁରିଲା ୪୦ ବର୍ଷ, ଜାଣନ୍ତୁ କିପରି ସିଆଚେନ୍‌କୁ ନିଜ ଅକ୍ତିଆରକୁ ଆଣିଥିଲା ଭାରତ

ଅପରେସନ ମେଘଦୂତର ମୁଖ୍ୟ ଲକ୍ଷ୍ୟ ଥିଲା, ସିଆଚେନରେ ପାକିସ୍ତାନ ସେନା ପୁରାଇ ନ ଦେବା । କାରଣ ଏହି ଅଞ୍ଚଳ ଭାରତର ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ।

ଅଦ୍ୟତନ ହୋଇଛି
Operation Meghdoot

Operation Meghdoot

Advertisment

ଭାରତୀୟ ସେନାର ଅପରେସନ ମେଘଦୂତକୁ ପୁରିଛି ୪୦ ବର୍ଷ । ୧୯୮୪ ଏପ୍ରିଲ ୧୩ରେ ଅପରେସନ ମେଘଦୂତ କରିଥିଲା ଭାରତୀୟ ସ୍ଥଳ ସେନା । ଅପରେସନ ମେଘଦୂତରେ ସିଆଚେନ୍‌ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିଲା ଭାରତୀୟ ସ୍ଥଳ ସେନା । ଲଦାଖ ଅଞ୍ଚଳରେ ଥିବା ସିଆଚେନ୍‌ ହେଉଛି ବିଶ୍ୱର ସବୁଠୁ ଉଚ୍ଚରେ ଥିବା ଯୁଦ୍ଧକ୍ଷେତ୍ର ଯାହାକି ସବୁବେଳେ ବରଫାବୃତ ରହିଥାଏ । ଏହାଠାରେ ପ୍ରବଳ ଥଣ୍ଡା ହୋଇଥାଏ। ଏତେ ଥଣ୍ଡା ଯେ, ଯୁଦ୍ଧ କ’ଣ କେବଳ ବଞ୍ଚି ରହିବା ମୁସ୍କିଲ ।

Advertisment

ଖରାଦିନ ଏହି ଅଞ୍ଚଳରେ ତାପମାତ୍ରା ମାଇନସ୍ ୧୦ରୁ ୧୫ ଡିଗ୍ରୀ ସେଲସିୟସ ରହୁଥି ବେଳେ ଶୀତ ଦିନେ ଏହା ମାଇନସ୍‌ ୨୦ରୁ ମାଇନସ୍ ୪୦ ଡିଗ୍ରୀ ସେଲସିୟସକୁ ଖସିଆସିଥାଏ ।

ଅପରେସନ ମେଘଦୂତର ମୁଖ୍ୟ ଲକ୍ଷ୍ୟ ଥିଲା, ସିଆଚେନରେ ପାକିସ୍ତାନ ସେନା ପୁରାଇ ନ ଦେବା । କାରଣ ଏହି ଅଞ୍ଚଳ ଭାରତର ସାମରିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ୧୯୪୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଚୁକ୍ତି ହୋଇଥିଲା ଯେ, ଜାମ୍ମୁ କାଶ୍ମୀରର ମନାୱରରୁ ଖୋର୍ ଯାଏ କୌଣସି ପକ୍ଷ ସୈନ୍ୟ ମୁତୟନ କରିବେ ନାହିଁ । ବର୍ଷ ସାରା ବରଫରେ ଘୋଡ଼ାଇ ହୋଇ ରହୁଥିବା ଏହି ଅଞ୍ଚଳରେ ଘାସ ବି ଉଠେ ନାହିଁ। ତେଣୁ ସିଆଚେନ ଅଞ୍ଚଳକୁ ପାକିସ୍ତାନ କି ଭାରତ ନିଜର ବୋଲି ଦାବି କରିବେ ନାହିଁ କି ଦଖଲ କରି ସୈନ୍ୟ ମୁତୟନ କରିବେ ନାହିଁ। କିନ୍ତୁ ୧୯୮୪ ଏପ୍ରିଲରେ ଭାରତୀୟ ସେନା ଗୁଇନ୍ଦା ସୂଚନା ପାଇଥିଲା ଯେ, ସିଆଚେନ ଅଞ୍ଚଳକୁ ଦଖଲ କରିବାକୁ ପାକିସ୍ତାନ ଯୋଜନା କରିଛି। ପାକିସ୍ତାନ କିଛି କରିବା ଆଗରୁ ଅତର୍କିତ ଭାବେ ଅପରେସନ ମେଘଦୂତ ଜରିଆର ସିଆଚେନକୁ ନିଜ ଅକ୍ତିଆରକୁ ଆଣିଥିଲା ଭାରତୀୟ ସ୍ଥଳସେନା ।

Advertisment

Indian Army Siachen Glacier
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ