Advertisment

ଉତ୍ତରାଖଣ୍ଡରେ ଜଳ ପ୍ରଳୟ : ୪୦ ଜଣଙ୍କ ପ୍ରାଣ ନେଲାଣି ବର୍ଷା

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Uttarakhand Rain

Uttarakhand Rain

Advertisment

ନୂଆଦିଲ୍ଲୀ: କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଉଛି। ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୨ ଏବଂ ୨୩ ତାରିଖରେ ବି ଉତ୍ତର ଭାରତର ଅନ୍ୟ ରାଜ୍ୟ ଲାଗି ଭାରି ବର୍ଷାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ପୁଣି ବାଦଲଫଟା ବର୍ଷା, ଭୟଙ୍କର ବନ୍ୟାରେ ଉବୁଟୁବୁ ହେଲା ଉତ୍ତରାଖଣ୍ଡ। ଦେବଭୂମିରେ ଦାଉ ସାଧୁଛି ଦୁର୍ବିପାକ। ଭାରି ବର୍ଷାରେ ବେହାଲ ହେଲା ବଦ୍ରିନାଥ ଧାମ। ଭାଙ୍ଗିଗଲା ବ୍ରିଜ୍, ପ୍ରବଳ ବର୍ଷାରେ ବହିଗଲା କାର୍। ଏହାସହ ରାସ୍ତା ଦବିବା ସହ ଧୋଇଗଲା ରେଲେଓ୍ୱ ଟ୍ରାକ୍। ସ୍ଥିତି ଏତେ ଭୟଙ୍କର ଯେ, ୨ ଦିନରେ ୪୦ ରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି ବର୍ଷା। ଗୋଟିକ ପରେ ଗୋଟିଏ ଭୟାନକ ଦୃଶ୍ୟ ବୟାନ କରୁଛି, ପହରଦିନର ବାଦଲଫଟା ବର୍ଷା। ଦେବଭୂମି ଉତ୍ତରାଖଣ୍ଡରେ ପୁଣି କିଭଳି ଦୁର୍ବିପାକ ଆଣିଛି ତାହାକୁ ପୂରା ଦେଶ ଏବେ ଦେଖୁଛି। ଏବେବି ବର୍ଷା ଲାଗି ରହିଥିବାରୁ ସ୍ଥିତି ଆଗକୁ ଆହୁରି ସାଙ୍ଘାତିକ ହେବାର ଆଶଙ୍କା କରାଯାଉଛି। ଏବେ ଉତ୍ତରାଖଣ୍ଡର ଅଧିକାଂଶ ନଦୀ ଫୁଲିଛି ବିପଦ ସଂକେତ ଉପରେ ଜଳ ପ୍ରବାହିତ ବି ହେଉଛି। ଉପରମୁଣ୍ଡରେ ବନ୍ୟା ଆଶଙ୍କା ଥିବାରୁ ଉଦ୍ଧମସିଂ ନଗର ସ୍ଥିତ ନାନକସାଗର ଡ୍ୟାମ୍ର ସମସ୍ତ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ ।

Advertisment

ସେହିପରି ଭାବରେ ବଦ୍ରିନାଥ ହାଇେଓ୍ୱର ଲାମ୍ବାଡ଼ ଠାରେ ଭୂସ୍ଖଳନ ଯୋଗୁଁ କାରଟି ରାସ୍ତା ତଳକୁ ଖସିଯାଇ ଗୋଟିଏ ସ୍ଥାନରେ ଫସିରହିଥିଲା। ବେଶ୍ କିଛି ସମୟର ସଂଘର୍ଷ ପରେ ଜେସିବି ସହାୟତାରେ କାରଟିକୁ ଉଦ୍ଧାର କରାଯିବା ସହ ନିଶ୍ଚିତ ମୃତ୍ୟୁ ମୁଖରେ ଯାତ୍ରୀଙ୍କୁ ରକ୍ଷା କରାଯାଇଛି । ଚମୋଲୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ନନ୍ଦାକିନୀ ନଦୀର ଜଳର ବୃଦ୍ଧି ପାଇବାରେ ଲାଗିଛି। ରାମନଗର-ରାନୀକ୍ଷେତ ରଟରେ ପଡୁଥିବା ଲେମନ୍ ଟ୍ରି ରେସର୍ଟରେ ଶହେରୁ ଉର୍ଦ୍ଧ ଯାତ୍ରୀ ଫସି ରହିଛନ୍ତି ।

ଉତ୍ତରାଖଣ୍ଡରେ ବର୍ଷା ଓ ବନ୍ୟା ଯୋଗୁଁ ୨ ଦିନରେ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନଜର ରଖିଥିବା ସେ କହିଛନ୍ତି । ସେପଟେ ଚାରଧାମ୍ ଯାତ୍ରାକୁ ବାତିଲ କରାଯାଇଥିଲା। ଋଷିକେଶକୁ ସଂଯୋଗ କରୁଥିବା ଚନ୍ଦ୍ରଭାଗା ବ୍ରିଜ୍, ତପୋବନ, ଲକ୍ଷ୍ମଣ ଝୁଲା, ମୁନି-କି-ରେତି, ଭଦ୍ରକାଲିରେ ଯାତ୍ରା ଉପରେ କଟକଣା ଲାଗୁ ହୋଇଛି ।

Advertisment
India Rain Uttarakhand Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ