Advertisment

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କୀ ନିପାତ

ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ୍

ଅଦ୍ୟତନ ହୋଇଛି
Jammu Kashmir Encounter Today

Jammu and Kashmir

Advertisment

ଜାମ୍ମୁ-କାଶ୍ମୀରର ପୁଞ୍ଚ୍ ସୁରନକୋଟ୍ ଅଞ୍ଚଳରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ବିଦେଶୀ ଆତଙ୍କୀ ନିହତ ହୋଇଛନ୍ତି । ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସେନା ଓ ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନ୍ କାଉଣ୍ଟର୍ ପ୍ରଥମେ ସୋମବାର ରାତି ୧୧.୩୦ ବେ ଳେ ହୋଇଥିଲା। ଯାହା ପରେ ସେଠାରେ ଡ୍ରୋନ୍ ସହିତ ଅତ୍ୟ ରାତ୍ର ନୀରିକ୍ଷଣ ଉପକରଣ ମଧ୍ୟ ନିୟୋଜିତ କରାଯାଇଥିଲା।

Advertisment

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହାପରେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଚାରି ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ସେନା ପକ୍ଷରୁ କୁହାଯାଇଛି କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍ , ଦୁଇଟି ପିସ୍ତଲ୍ ଜବତ ହୋଇଛି। ଏହି ଅପରେସନରେ ଭାରତୀୟ ସେନାର ସ୍ପେଶାଲ ଫୋର୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ କଶ୍ମୀରର ପୁଲିସ୍ ସାମିଲ ଥିଲେ।

ଅପରେସନରେ ନିହତ ହୋଇଥିବା ସମସ୍ତେ ପାକିସ୍ତାନୀ ନାଗରିକ ବୋଲି ସନ୍ଦେହ କରାଯାଉଛି । ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Advertisment
Jammu And Kashmir J&K; Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ