ଅଧରାତିରେ ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଭୁଶୁଡ଼ିଲା ୪ ମହଲା କୋଠା

ମୁମ୍ବାଇର କୁର୍ଲା ନାଏକ ନଗରରେ ଗତକାଲି ମଧ୍ୟରାତ୍ରରେ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୧୦ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ତଳେ ୨୦-୨୨ ଜଣ ଚାପି ହୋଇ ରହିଥିବା ନେଇ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହା କେତେ ବର୍ଷ ପୁରୁଣା ବିଲ୍‌ଡିଂ ? କେତେଜଣ ଏଠାରେ ରହୁଥିଲେ, ତାହା ଜଣାପଡ଼ିନି।