Advertisment

ବଞ୍ଚାଅ ବଞ୍ଚାଅ...କହି ଗାଡ଼ି ଭିତରେ ଆକୁଳ ଚିତ୍କାର କରୁଥିଲେ, ହେଲେ ଭୟଭୀତ ହୋଇ ପାଖ ମାଡ଼ିଲେନି କେହି

ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍‌। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। କାର୍‌ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ।

Car Catches Fire

Car Catches Fire

Advertisment

ରାସ୍ତାକଡ଼ ଡିଭାଇଡରରେ ପିଟି ହୋଇ ହୁତୁହୁତୁ ହୋଇ ଜଳିଗଲା କାର୍‌। ଜୀଅନ୍ତା ଜଳିଗଲେ ଗାଡ଼ିରେ ଥିବା ୪ ଜଣ। ଗତକାଲି ଉତ୍ତରପ୍ରଦେଶର ସୁଲତାନପୁର ଜିଲ୍ଲାରେ ପୂର୍ବାଚଳ ଏକ୍ସପ୍ରେସ୍‌ୱେ (Purvanchal Expressway ) ଏହି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ନିଆଁରେ ପୋଡ଼ି ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ନୌରୁ ଗାଜିପୁର ଅଭିମୁଖେ ଯାତ୍ରା କରୁଥିବା CNG କାର୍‌ ପୂର୍ବାଚଳ ଏକ୍ସପ୍ରେସ୍‌ୱେରେ ଡିଭାଇଡରରେ ପିଟି ହୋଇଯାଇଥିଲା। ଗତକାଲି ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଅଘଟଣ ଘଟିଥିଲା। ଏହାପରେ ବିସ୍ଫୋରଣ ହୋଇ କାର୍‌ ଜଳି ଯାଇଥିଲା। ଏତେ ଜୋର୍‌ରେ ନିଆଁ ଲାଗି ଯାଇଥିଲା ଯେ, ଗାଡ଼ି ଭିତରେ ଥିବା ୪ ଜଣ ବ୍ୟକ୍ତି ବାହାରକୁ ଆସିପାରି ନଥିଲେ। ଫଳରେ ସେମାନେ ଜୀଅନ୍ତା ଜଳି ଯାଇଥିଲେ। ଦ୍ରୁତ ଗତିରେ ଆସୁଥିବା କାର୍‌ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ନିଆଁରେ ପୋଡ଼ି ହୋଇ ୪ ଜଣଙ୍କ ମୃତ୍ୟୁ ଘଟିସାରିଥିଲା। ଜଣେ ମୃତକଙ୍କ ପରିଚୟ ମିଳିଛି। ସେ ଲକ୍ଷ୍ନୌର ବୋଲି ଜଣାପଡ଼ିଛି। ଅନ୍ୟ ମୃତକଙ୍କ ପରିଚୟ ଜାଣିବା ଲାଗି ପୋଲିସ୍‌ ପ୍ରୟାସ ଚଳାଇଛି। 

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାର୍‌ରେ ନିଆଁ ଲାଗି ଯିବା ପରେ ଜୀବନ ବଞ୍ଚାଇବା ଲାଗି ଗାଡ଼ି ଭିତରେ ଥିବା ଲୋକମାନେ ଆକୁଳ ଚିତ୍କାର କରୁଥିଲେ। ହେଲେ ନିଆଁ ଏତେ ଜୋରରେ ଲାଗି ଯାଇଥିଲା ଯେ ନିଆଁ ଭିତରେ ପଶି ସେମାନଙ୍କୁ ଉଦ୍ଧାର କରିବା ଲାଗି କେହି ସାହାସ କରିପାରିଲେନି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ଘଟଣା ତଦନ୍ତ ଚଳାଇଛି। 

Uttar Pradesh Car Catches Fire Car Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ