Advertisment

କାମ ପାଇଁ ବାହାରକୁ ଯାଉଥିଲେ, ହେଲେ ବାଟରେ ଜଗିଥିଲା ଯମ: ଟାୟାର ସଜାଡ଼ିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ ଡବଲ୍‌ ଡେକର୍‌ ବସ୍‌ର ଟାୟାର ପଙ୍କଚର୍‌ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
4 Killed In Road Accident In Uttar Pradesh

4 Killed In Road Accident In Uttar Pradesh

Advertisment

ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଟାୟାର ସଜାଡ଼ିବା ବେଳେ ପଛପଟୁ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ବାରାବଙ୍କିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏକ ଡବଲ୍‌ ଡେକର୍‌ ବସ୍‌ର ଟାୟାର ପଙ୍କଚର୍‌ ହେବା ଯୋଗୁ ରାସ୍ତାରେ ଗାଡ଼ି ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେଇଥିଲା। 

Advertisment

ସୂଚନା ଅନୁସାରେ, ପାଖାପାଖି ୧୫୦ ଜଣ ଶ୍ରମିକକୁ ନେଇ ଯାଉଥିବା ବସ୍‌ ରାମନଗର ଥାନା ଅନ୍ତର୍ଗତ ମହଙ୍ଗପୁର ଗାଁ ନିକଟରେ ଆଜି ଭୋର ସମୟରେ ଖରାପ ହୋଇଯାଇଥିଲା। ଗାଡ଼ିର ଟାୟାର ପଙ୍କଚର୍‌ ହେବା ଯୋଗୁ ରାସ୍ତାରେ ଗାଡ଼ିକୁ ଅଟକାଇ ଡ୍ରାଇଭର ଏହାକୁ ସଜାଡ଼ିବା ବେଳେ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଥିବା ଏକ ଟ୍ରକ୍‌ ପଛପଟୁ ବସ୍‌କୁ ଧକ୍କା ଦେବା ଯୋଗୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ବସ୍‌ଟି ଶ୍ରମିକଙ୍କୁ ନେଇ ଜନପଦ ବହରାଇଚ ରୁପାଡିହାରୁ ଗୋଆ ଅଭିମୁଖେ ଯାତ୍ରା କରୁଥିଲା। 

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ବାରାବଙ୍କି ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରିଛି। ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ରେଫର୍‌ କରାଯାଇଛି। ବସ୍‌ରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ନେପାଳରେ ରହୁଥିବା ବେଳେ, କିଛି କାମ ପାଇଁ ସେମାନେ ଗୋଆ ଯାଉଥିଲେ। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ