Advertisment

ପାହାଡ ଧସି ୯ ମୃତ, ୩ ଗୁରୁତର

ହିମାଚଳ ପ୍ରଦେଶର କିନ୍ନୌର୍‌ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି।

ପାହାଡ ଧସି ୯ ମୃତ, ୩ ଗୁରୁତର

Landslide

Advertisment

କିନ୍ନୌର୍‌ : ହିମାଚଳ ପ୍ରଦେଶର କିନ୍ନୌର୍‌ ଜିଲ୍ଲାର ବାଟସେରୀ ପାହାଡରୁ ପଥର ଖସିଛି। ଫଳରେ ଅନେକ ଗାଡି ଉପରେ ପଥର ପଡିଛି। ଏହି ଦୁର୍ଘଟଣାରେ ପର୍ଯ୍ୟଟକରେ ଭରା ଏକ ଗାଡି ଉପରେ ଏକ ଭାରୀ ପଥର ଖସିପଡିବାରୁ ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ସିଏଚ୍‌ସି ସାଙ୍ଗଲା ରେଫର୍ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କିନ୍ନୌର୍‌ ଜିଲ୍ଲାର ବାଟସେରୀର ଗୁନ୍ସା ନିକଟରେ ପଥର ଖସିବା କାରଣରୁ ଛିତ୍‌କୁଲ୍‌ରୁ ସାଙ୍ଗଲାକୁ ଆସୁଥିବା ପର୍ଯ୍ୟଟକଙ୍କ ଏକ ଗାଡି ଭୂସ୍ଖଳନ ଅଧୀନରେ ଆସିଥିଲା।

Advertisment

କୁହାଯାଉଛି ଯେ କାରରେ ଥିବା ପର୍ଯ୍ୟଟକମାନେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରୁ ହିମାଚଳ ପ୍ରଦେଶ ପରିଦର୍ଶନ କରିବାକୁ ଆସିଥିଲେ। ଭୂସ୍ଖଳନ ହେତୁ ବାସ୍ପା ନଦୀ ଉପରେ ଥିବା ସେତୁ ଭାଙ୍ଗିଯାଇଛି ଏବଂ ନିକଟବର୍ତ୍ତୀ ଗାଁଗୁଡିକ ଦେଶ ଓ ଦୁନିଆଁରୁ ସଂଯୋଗ ବିଚ୍ଛିନ୍ନ ହୋଇଛି।

Advertisment

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଂଗ୍ରେସ ବିଧାୟକ ଜଗତ ସିଂ ନେଗୀ କହିଛନ୍ତି ଯେ ପାହାଡରୁ ଲଗାତାର ପଥର ଖସିଛି, ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି। ସେ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାକୁ ଆଣିବା ପାଇଁ ସରକାରଙ୍କ ତରଫରୁ ହେଲିକପ୍ଟର ମଗାଯାଇଛି, ଯାହା ଶୀଘ୍ର ପହଞ୍ଚିବା ନିଶ୍ଚିତ ହୋଇଛି। ଘଟଣାସ୍ଥଳରେ କିନ୍ନୌର୍‌ ଡିସି ଆବିଦ୍ ହୁସେନ୍ ସାଦିକ୍, ଏସ୍‌ପି ଏସ୍‌. ଆର୍‌. ରାଣା ପହଞ୍ଚିଛନ୍ତି।

ଏହି ଯନ୍ତ୍ରଣାଦାୟକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ସିଂ ଠାକୁର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “କିନ୍ନୌର୍‌, ବାଟସେରୀରେ ପାହାଡ ଧସିଯିବା ଦ୍ୱାରା ଘଟିଥିବା ଏହି ଦୁର୍ଘଟଣା ହୃଦୟ ବିଦାରକ। ଏହା ଅତ୍ୟନ୍ତ ଦୁଃଖଦାୟକ ଯେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଏବଂ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ଭଗବାନ ଦିବଂଗତ ଆତ୍ମାଙ୍କୁ ଶାନ୍ତି ଏବଂ ଶୋକସନ୍ତପ୍ତ ପରିବାରକୁ ଶକ୍ତି ପ୍ରଦାନ କରନ୍ତୁ। ମୁଁ ଫୋନ୍ ମାଧ୍ୟମରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଠାରୁ ଦୁର୍ଘଟଣା ବିଷୟରେ ସୂଚନା ନେଇ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରଶାସନ ଘଟଣାସ୍ଥଳରେ ରିଲିଫ କାର୍ଯ୍ୟ ଆରମ୍ଭ କରିଛି ଏବଂ ପ୍ରଭାବିତ ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦିଆଯାଉଛି। ଗୁରୁତର ବ୍ୟକ୍ତିମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ, ମୁଁ ଭଗବାନଙ୍କୁ ଏହି ପ୍ରାର୍ଥନା କରୁଛି। ଓମ୍‌ ଶାନ୍ତି! ”

Advertisment
Himachal Pradesh National News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ