Advertisment

‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ, କରେଣ୍ଟ ଲାଗି ୪ କଂଗ୍ରେସ କର୍ମୀ ଗୁରୁତର

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।

4 Congress Workers Electrocuted During Bharat Jodo Yatra In Karnataka

4 Congress Workers Electrocuted During Bharat Jodo Yatra In Karnataka

Advertisment

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। କର୍ଣ୍ଣାଟକର ବେଲ୍ଲୋରିରେ ଏହି ଅଘଟଣ ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କର୍ଣ୍ଣାଟକର ବେଲ୍ଲୋରିରୁ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆରମ୍ଭ ହୋଇଥିଲା। ଏଠାରୁ ଯାତ୍ରା ଆରମ୍ଭ ହୋଇ ନାମକରେ ପହଞ୍ଚିଥିଲା। ଏହି ଯାତ୍ରାରେ ସାମିଲ ହୋଇଥିବା କିଛି କାର୍ଯ୍ୟକର୍ତ୍ତା ଦଳୀୟ ପତାକା ଓ ଲୁହା ରଡ୍‌ ଧରିଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କରେଣ୍ଟ ଲାଗିଥିଲା। ଏନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ଯେ, ଏହି ଘଟଣା ପରେ ତତ୍‌କ୍ଷଣାତ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

୧୨ ରାଜ୍ୟ ଦେଇ ଯିବ ଏହି ଯାତ୍ରା...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’  ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇଛି। ୩,୭୫୦ କିଲୋମିଟର ଯାତ୍ରା ଶେଷ କରିବା ପରେ ଏହା ଜମ୍ମୁ ଓ କାଶ୍ମୀରର ଶ୍ରୀନଗରରେ ଶେଷ ହେବ। ଏହି ଯାତ୍ରାରେ ସାମିଲ ସମସ୍ତ କାର୍ଯ୍ୟକର୍ତ୍ତା ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯିବେ। ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ ଏବଂ ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ। ଏହାସହ ବିରୋଧୀ ଦଳ ଭାବରେ ନିଜ ସ୍ଥାନ ସୁଦୃଢ କରିପାରିବ ବୋଲି କଂଗ୍ରେସ କହିଛି। 

Advertisment

ଜନତାଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଫୋକସ୍‌...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ର ଫୋକସ୍‌ ଲୋକଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ରହିଛି। ଏହି ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଭିନ୍ନ ପ୍ରସଙ୍ଗ ଯଥା- ବେରୋଜଗାର, କୃଷି ଋଣ ଛଶଡ୍‌, ଉନ୍ନତ ଶିକ୍ଷା ଭଳି ପ୍ରସଙ୍ଗ ଉଠାଇ ସାରିଛନ୍ତି। ସେ କର୍ଣ୍ଣାଟକରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଯେ, କାହିଁକି ରାଜ୍ୟବାସୀ କନ୍ନଡ ଭାଷାରେ ପରୀକ୍ଷା ଦେଇପାରିବେ ନାହିଁ।

Congress Bharat Jodo Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ