Advertisment

ଅଯୋଧ୍ୟା ରାମ ମନ୍ଦିରରେ ୨୦ ପୂଜାରୀ ପଦବୀ ପାଇଁ ୩୦୦୦ ଆବେଦନ

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି ।

ଅଦ୍ୟତନ ହୋଇଛି
Ram Mandir

Ram Mandir

Advertisment

ଜାନୁଆରୀରେ ଭକ୍ତଙ୍କ ପାଇଁ ଖୋଲିବ ଅଯୋଧ୍ୟା ରାମ ମନ୍ଦିର । ସାରା ଦେଶରେ ଏହାକୁ ଏନେଇ ଏବେ ଖୁବ ଚର୍ଚ୍ଚା । ଦିନ ଯେତିକି ଯେତିକି ପାଖେଇ ଆସୁଛି ଭକ୍ତଙ୍କ ମହଲରେ ଉତ୍ସାହ ସେତିକି ବଢ଼ୁଛି । ଆଉ ଏହାର ପ୍ରତିଷ୍ଠା ଉତ୍ସବ ପାଇଁ ଏକ ଭବ୍ୟ ଆୟୋଜନ ମଧ୍ୟ ହେଉଛି । କେନ୍ଦ୍ର ସରକାର ତଥା ମନ୍ଦିର କମିଟି ଏଥିପାଇଁ ଜୋରସୋରରେ ଲାଗି ପଡ଼ିଛି ।

Advertisment

ତେବେ ଏହାରି ଭିତରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି । ରାମ ମନ୍ଦିର ପାଇଁ ୨୦ଟି ପୂଜାରୀ ପଦବୀ ଖାଲି ରହିଛି । ହେଲେ ଏଥିପାଇଁ ୩୦୦୦ ପୂଜାରୀ ଆବେଦନ କରିଛନ୍ତି । ତାକୁ ନେଇ ମଧ୍ୟ ଏବେ ଖୁବ୍‌ ଚର୍ଚ୍ଚା । ଏହି ୩୦୦୦ ଆବେଦନକରୀଙ୍କ ମଧ୍ୟରୁ ୨୦୦ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଛି ।ମକର ସଂକ୍ରାନ୍ତି ପରେ ଜାନୁଆରି ୨୨ ତାରିଖରେ ରାମଲଲା ମନ୍ଦିରରେ ବିରାଜମାନ କରିବେ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ଆଉ ଏହାକୁ ଦୃଷ୍ଟିରେ ରଖି ଏବେ ପୂଜାରୀ ନିଯୁକ୍ତି ପ୍ରକ୍ରିୟା ଜୋରସୋରରେ ଚାଲିଛି ।

ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି, ବୃନ୍ଦାବନର ଜୟକାନ୍ତ ମିଶ୍ର ଏବଂ ଅଯୋଧ୍ୟାର ଦୁଇ ମହନ୍ତ ମେଥିଲେଶ ନନ୍ଦିନୀ ଶରଣ ଏବଂ ସତ୍ୟ ନାରାୟଣ ଦାସଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ବିଚାରକ ମଣ୍ଡଳୀ ରାମମନ୍ଦିରର ପୂଜାରୀ ପାଇଁ ଆବେଦନ କରିଥିବା ୨୦୦ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ନେଉଛନ୍ତି । ଏହି ୨୦୦ଜଣ ପ୍ରାର୍ଥୀଙ୍କୁ ସେମାନଙ୍କ ଯୋଗ୍ୟତା ଆଧାରରେ ସାକ୍ଷାତକାର ପାଇଁ ବଛାଯାଇଛି।

Advertisment

ସାକ୍ଷାତକାରରେ ପୂଜାରୀଙ୍କୁ ପଚରା ଯାଉଥିବା ପ୍ରଶ୍ନ କଠିନ ରହିଛି ‌ବୋଲି କୁହାଯାଉଛି। ରାମମନ୍ଦିର ପୂଜାରୀ ଚୟନ ପାଇଁ ପଚରାଯାଉଥିବା ପ୍ରଶ୍ନ ମଧ୍ୟ‌ରେ ରହିଛି, ‘ସନ୍ଧ୍ୟା ବନ୍ଦନା’ କ’ଣ, ଏହାର ବିଧି କ’ଣ ଓ ଏହି ପୂଜା ପାଇଁ କ’ଣ ମନ୍ତ୍ର ରହିଛି। ଭଗବାନ ରାମଙ୍କ ପୂଜା ପାଇଁ ମନ୍ତ୍ର କ’ଣ ଓ ‘କର୍ମ କାଣ୍ଡ’ କ’ଣ । ତେବେ ଏହି ୨୦୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୨୦ଜଣଙ୍କୁ ଚୟନ କରାଯିବ। ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ୬ମାସ ପ୍ରଶିକ୍ଷଣ ପରେ ପୂଜାରୀ ଭାବେ ବିଭିନ୍ନ ପଦବୀରେ ନିଯୁକ୍ତି ମିଳିବ ।

ଯେଉଁ ପୂଜାରୀମାନେ ଏହି ପଦବୀରୁ ବାଦ ପଡ଼ିବେ ସେମାନେ ମଧ୍ୟ ଏହି ପ୍ରଶିକ୍ଷଣ‌ରେ ଭାଗ ନେଇପାରିବେ । ପ୍ରଶିକ୍ଷଣ ଶେଷ ହେବାପରେ ସେମାନଙ୍କୁ ପ୍ରମ‌ାଣପତ୍ର ଦିଆଯିବ । କୁହାଯାଉଛି କି ଆବଶ୍ୟକ ପଡ଼ିଲେ ଏହି ପୂଜାରୀମାନଙ୍କୁ ଭବିଷ୍ୟତରେ ସୁଯୋଗ ଦିଆଯାଇପାରେ । ପ୍ରଶିକ୍ଷଣ ସମୟରେ ପ୍ରାର୍ଥୀଙ୍କୁ ମାଗଣାରେ ଭୋଜନ ଏବଂ ଘର ସହିତ ୨୦୦୦ ଟଙ୍କା ଭତ୍ତା ମିଳିବାର ବ୍ୟବସ୍ଥା ମଧ୍ୟ ରହିଛି ।

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ