Advertisment

୨ ଦିନରେ ୩୯ କରୋନା ପଜିଟିଭ୍‌ ଚିହ୍ନଟ, ବିମାନରେ ବିଦେଶରୁ ଭାରତକୁ ଫେରିଥିଲେ...

୨ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଆଶା କରାଯାଉଛି, କେନ୍ଦ୍ର ସରକାର ଆସନ୍ତା ସପ୍ତାହରୁ ବିଶେଷ କରି ଚୀନ ଏବଂ କୋଭିଡ୍ ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂକୁ ଜୋରଦାର କରିପାରନ୍ତି।

ଅଦ୍ୟତନ ହୋଇଛି
COVID 19 India Update

39 international travellers tested positive in 2 days at Indian airports

Advertisment

୨ ଦିନ ମଧ୍ୟରେ ବିଦେଶରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରଠୁ ଅନ୍ତର୍ଜାତୀୟ ଏୟାରପୋର୍ଟ ଗୁଡ଼ିକରେ ପ୍ରାୟ ୬ ହଜାର ଯାତ୍ରୀଙ୍କ କରୋନା ଟେଷ୍ଟ୍‌ କରାଯାଇଥିଲା। ଏଥିରୁ ୩୯ ଜଣ ବିଦେଶରୁ ‌ଆସିଥିବା ଯାତ୍ରୀ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏଭଳି ସ୍ଥିତି ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଆଜି ଦିଲ୍ଲୀ ଏୟାରପୋର୍ଟକୁ ଅନୁଧ୍ୟାନ ପାଇଁ ଯିବେ। ସେଠାରେ କିଭଳି ସ୍କ୍ରିନିଂକୁ ଆହୁରି ବଢ଼ାଯିବ, ସେନେଇ ଅନୁଧ୍ୟାନ କରିବେ।

Advertisment

ତେଣୁ ଆଶା କରାଯାଉଛି, କେନ୍ଦ୍ର ସରକାର ଆସନ୍ତା ସପ୍ତାହରୁ ବିଶେଷ କରି ଚୀନ ଏବଂ କୋଭିଡ୍ ପ୍ରଭାବିତ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସ୍କ୍ରିନିଂକୁ ଜୋରଦାର କରିପାରନ୍ତି।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଦେଶରୁ ଫେରିଥିବା ୬ ହଜାର ବିମାନ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। 

ଅଧିକ ପଢ଼ନ୍ତୁ: କରୋନା ପାଇଁ ଟଳମଳ ଚୀନ୍ ଅର୍ଥନୀତି : ଶିଳ୍ପ ଉତ୍ପାଦନ ଓ ବ୍ୟବସାୟିକ କାର୍ଯ୍ୟକଳାପ ଠପ୍

Advertisment

ସେହିପରି ବିଦେଶରୁ ତାମିଲନାଡୁ ପହଞ୍ଚିଥିବା ୪ ଯାତ୍ରୀଙ୍କ ମଧ୍ୟରୁ ଚେନ୍ନାଇ ଏୟାରପୋର୍ଟରେ ଜଣେ ଜାପାନ ଫେରନ୍ତା ଓ ଦିଲ୍ଲୀ ଏୟାରପୋର୍ଟରେ ଜଣେ ଆମେରିକା ଫେରନ୍ତା ଯାତ୍ରୀ ପଜିଟିଭ୍ ଥିବା ଜଣାପଡ଼ିଛି। BF.7କୁ ଭାରିଆଣ୍ଟ ଅଫ୍ କନ୍ସର୍ଣ୍ଣସ୍ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ଭାରତ ସମେତ ସାରା ବିଶ୍ୱରେ ଏବେ ଚିନ୍ତା ବଢ଼ିଛି। ବିଦେଶ ଫେରନ୍ତା ସମସ୍ତ ବିମାନ ଯାତ୍ରୀଙ୍କ RTPCR ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି।

ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଆହୁରି କଡ଼ାକଡ଼ି କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଛି। ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡରୁ ଯେଉଁ ଯାତ୍ରୀ ଭାରତ ଆସିବେ ସେମାନଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି। 

Advertisment

ଏହିସବୁ ଦେଶରୁ ଯେଉଁ ଯାତ୍ରୀ ଭାରତ ଆସିବେ, ଯଦି ସେମାନଙ୍କ ପାଖରେ କରୋନାର ଲକ୍ଷଣ ଥାଏ  ବା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରିବେ। ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ।

Coronavirus COVID19 Corona Cases In India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ