Advertisment

ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର: ୩୬ ମୃତ

ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

ଅଦ୍ୟତନ ହୋଇଛି
ପ୍ରବଳ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର: ୩୬ ମୃତ

Mumbai Rain

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା କାରଣରୁ ରାଇଗଡ଼ରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୬କୁ ବୃଦ୍ଧି ପାଇଛି। କେବଳ ତାଲାଇରେ ୩୨ ଓ ସଖର ସୁତର ୱାଦିରେ ୪ ଜଣଙ୍କ ମୃତ ହୋଇଛି। ସେପଟେ ଆହୁରି ୩୦ ଜଣ ଘର ମଧ୍ୟରେ ଫସିଥିବା ନେଇ ସୂଚନା ମିଳିଛି। ଗତ ୩ ଦିନ ହେବ ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁଁ ଏକ କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରଥମେ ୩ ଜଣଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସମୟରେ ତାହା ବଢି ୩୬ରେ ପହଞ୍ଚିଛି।ଏହାସହ ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ  ଦୁଇ ମହଲା କୋଠା ଭୁଶୁଡ଼ିବାରୁ ଅନ୍ୟ ୧୦ଜଣ ଆହତ ମଧ୍ୟ ହୋଇଛନ୍ତି।

Advertisment

ତେବେ ଏହି ଘଟଣା ମୁମ୍ବାଇର ଗୋଭାଣ୍ଡି ଅଞ୍ଚଳରେ ଥିବା ଶିବାଜୀନଗରର ପ୍ଲଟ ନମ୍ବର ୩ ରେ ଘଟିଛି। ଖବର ପାଇ ବିଏମସି ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି। ଗତ କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଅନେକ କୋଠା ଭୁଶୁଡିବାର ଖବର ମିଳୁଛି | ପ୍ରବଳ ବର୍ଷା ଯୋଗୁଁ ଗତ ସପ୍ତାହରେ ମୁମ୍ବାଇରେ କୋଠା ଭୁଶୁଡ଼ିବାର ଅନେକ ଘଟଣା ଘଟିଛି। ଶୁକ୍ରବାର ଦିନ ମୁମ୍ବାଇ ଏବଂ ଉପାନ୍ତ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ପୂର୍ବାନୁମାନ କରି ପାଣିପାଗ ବିଭାଗ ସତର୍କ କରିଛି। ତେବେ ସ୍ଥିତି ଏମିତି ହେଲାଣି ଯେ, ସହରର ଅନେକ ସ୍ଥାନରେ ଘର ଗୁଡ଼ିକରେ ପାଣି ପଶିଲାଣି। ସେପଟେ, ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କେମିତି ଲୋକମାନଙ୍କୁ ସୁଚାରୁ ରୂପେ ଉଦ୍ଧାର କରାଯିବ ସେନେଇ ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି। ଗତ ରବିବାର ଦିନଠାରୁ ହିଁ ମୁମ୍ବାଇରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା। କେବଳ ମୁମ୍ବାଇ ନୁହେଁ ବରଂ ଦିଲ୍ଲୀରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବା ନେଇ ସୂଚନା ମିଳିଛି।

Advertisment
Mumbai Heavy Rainfall Building-collapses
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ