ରାଷ୍ଟ୍ରପତି ଭବନର ୩ ରୋଚକ ତଥ୍ୟ

ରାଷ୍ଟ୍ରପତି ଭବନ ବାହାରୁ ଦେଖିବାକୁ ଯେତିକି ବିଶାଳ, ଭିତରୁ ସେତିକି ଆକର୍ଷଣୀୟ ଓ ଚିତାକର୍ଷକ..

Rashtrapati Bhavan: 340-Room Building That Took 17 Yrs To Construct. Know All About The President's House

ରାଇସିନା ହିଲ୍‌ରେ ରହିଛି ଦେଶର ସର୍ବୋଚ୍ଚ ଆସନର ଅଧିପତି ମହାମହିମ ରାଷ୍ଟ୍ରପତିଙ୍କ ବାସଭବନ । ଯାହାକି ଏବେ ଦ୍ରୌପଦୀ ମୁର୍ମୁଙ୍କ ନୂଆ ଠିକଣା । ଗତକାଲି ପଞ୍ଚଦଶ ରାଷ୍ଟ୍ରପତି ଭାବେ ପଦ ଓ ଗୋପନୀୟତାର ଶପଥ ନେଇଥିଲେ ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ଭବନର ବୈଶିଷ୍ଟ୍ୟ ବିଷୟରେ....

ରାଷ୍ଟ୍ରପତି ଭବନ କେବଳ ଦିଲ୍ଲୀର ନୁହେଁ, ସାରା ଦେଶର ଉଲ୍ଲେଖନୀୟ । ସୌଧ ମଧ୍ୟରୁ ସର୍ବୋତ୍ତମ, ଅନନ୍ୟ ଓ ଅଦ୍ୱିତୀୟ ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରଥମ ନାଗରିକଙ୍କ କାର୍ଯ୍ୟାଳୟ ଓ ବାସଭବନ । ବାହାରୁ ଦେଖିବାକୁ ଯେତିକି ବିଶାଳ, ଭିତରୁ ସେତିକି ଆକର୍ଷଣୀୟ ଓ ଚିତାକର୍ଷକ ।

ସ୍ୱାଧୀନତାର ପ୍ରାୟ ୨ ଦଶନ୍ଧି ପୂର୍ବରୁ ଅର୍ଥାତ୍ ୧୯୨୯ ମସିହାରେ ନିର୍ମିତ ଏହି ରାଷ୍ଟ୍ରପତି ଭବନରେ ଭାରତର ଇତିହାସର ଛାପ ଯେମିତି ସୁସ୍ପଷ୍ଟ, ସେତିକି ବର୍ତ୍ତମାନର ଆଧୁନିକ ସୁବିଧାସୁଯୋଗ ବି ଉପଲବ୍ଧ ରହିଛି । ୩୩୦ ଏକର ପରିମିତ ପରିସରରେ ରହିଛି ଏହି ୩୪୦ କକ୍ଷ ବିଶିଷ୍ଟ ଭବ୍ୟ ସୌଧ । ଯେଉଁଠି ପ୍ରାୟ ଅଢ଼େଇ କିଲୋମିଟର ଦୀର୍ଘ କରିଡର୍ ରହିଛି ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଷ୍ଟଡି କୁହାଯାଏ । ପୂର୍ବତନ ରାଷ୍ଟ୍ରପତିମାନେ ସେମାନଙ୍କ କାର୍ଯ୍ୟକାଳ ବେଳେ ସେଠାରେ ଅତି ଯତ୍ନର ସହକାରେ ଦେଶବିଦେଶରୁ ପାଇଥିବା ସୁନ୍ଦର ଉପହାର ସବୁ ସଜାଇ ରଖାଯାଇଛି । ଏହାକୁ ଲାଗି ରହିଛି ମର୍ଣ୍ଣିଂ ରୁମ୍, ଯେଉଁଠି ରାଷ୍ଟ୍ରପତି ଅତିଥି ମାନଙ୍କୁ ସାକ୍ଷାତ କରନ୍ତି । ଏହାସହ ରହିଛି କମିଟି ରୁମ୍ ଓ ସାଉଥ୍ ଡ୍ରଇଂ ରୁମ୍ ଇତ୍ୟାଦି ।

ଆଉ ତାପରେ ରହିଛି ପରିଚିତ ଦରବାର ହଲ୍ । ଏଠି ସ୍ୱାଧୀନ ଭାରତର ପ୍ରଥମ ସରକାର ଶପଥ ନେଇଥିଲେ । ଏବେ ଏଠାରେ ବିଭିନ୍ନ ସାମରିକ ଓ ବେସାମରିକ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଏ । ଠିକ୍ ଏହାକୁ ଲାଗି ରହିଛି ପାଠାଗାର, ଯାହାକୁ ଦରବାର ହଲ୍‌ପ ଝିଅ ବୋଲି କହୁଯାଏ । ଆଉ ଏହି ବିଶାଳ ଅଶୋକା ହଲ୍‌ରେ ବିଦେଶୀ ଅତିଥି ଓ ରାଷ୍ଟ୍ରଦୂତଙ୍କ ସହ ରାଷ୍ଟ୍ରପତି ବୈଠକ କରନ୍ତି । ରାଷ୍ଟ୍ରପତି ଭବନର ସୌଧ ଯେତିକି ଭବ୍ୟ, ଏହାର ଉଦ୍ୟାନ ବି ସେତିକି ରମଣୀୟ । ସେଠାରେ କେବଳ ୧୯୦ ଏକର ପରିମିତ ଉଦ୍ୟାନ ରହିଛି । ଏହି ପରିସରରେ ଭାରତର ରାଷ୍ଟ୍ରପତି ଭବନର ସାରା ବିଶ୍ୱରେ ଗାରିମା ରହିଛି । କାରଣ ଏହା ହେଉଛି ବିଶ୍ୱର କୌଣସି ରାଷ୍ଟ୍ରମୁଖ୍ୟଙ୍କ ସର୍ବବୃହତ ସରକାରୀ ବାସଭବନ ।