Advertisment

୩୩ ଜଣ ପାଇବେ ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର

ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର।

ଅଦ୍ୟତନ ହୋଇଛି
Rashtriya vigyan puraskar

Rashtriya vigyan puraskar

Advertisment

ଘୋଷଣା ହେଲା ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର’ ବିଜେତାଙ୍କ ନାଁ। ୩୩ ଜଣିଆ ତାଲିକାରେ ବାଇଓଲୋଜିକାଲ ସାଇନ୍ସ ପାଇଁ ବିଜ୍ଞାନ ରତ୍ନ ପାଇବେ ପ୍ରଫେସର ଗୋବିନ୍ଦରାଜନ୍ ପଦ୍ମନାଭନ୍ । ସେହିପରି ୧୩ ଜଣଙ୍କୁ ମିଳିବ ବିଜ୍ଞାନ ଶ୍ରୀ, ୧୮ ଜଣଙ୍କୁ ବିଜ୍ଞାନ ଯୁବ ଏବଂ ବିଜ୍ଞାନ ଟିମ୍ ପୁରସ୍କାର ପାଇବେ ଇସ୍ରୋର ଚନ୍ଦ୍ରାୟନ-ଥ୍ରୀ ଟିମ୍ ସଦସ୍ୟ।

Advertisment

ଚଳିତ ମାସ ଅଗଷ୍ଟ ୨୩ ତାରିଖ ତଥା ଜାତୀୟ ମହାକାଶ ଦିବସ ଅବସରରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଥିବା ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଯୁକ୍ତି ବିଦ୍ୟା ଭିତ୍ତିକ ଉଦ୍ଭାବନର ବିଭିନ୍ନ କ୍ଷେତ୍ରରେ ବୈଜ୍ଞାନିକ ଏବଂ ଉଦ୍ଭାବକ ମାନଙ୍କୁ ବ୍ୟକ୍ତିଗତ, ଦଳଗତ ଉଲ୍ଲେଖନୀୟ ଏବଂ ପ୍ରେରଣାଦାୟକ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା।

ଭାରତୀୟ ସମ୍ପ୍ରଦାୟ କିମ୍ବା ସମାଜପାଇଁ ବିଶେଷ ଅବଦାନ ଥିବା ଭାରତୀୟ ବଂଶୋଦ୍ଭବ ମାନେ ମଧ୍ୟ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ପୁରସ୍କାର ୪ଟି ବର୍ଗରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଥା ବିଜ୍ଞାନ ରତ୍ନ, ବିଜ୍ଞାନ ଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ୱରୂପ ଭଟ୍ଟନାଗର ଏବଂ ବିଜ୍ଞାନ ଟିମ୍। ଯାହା ଚଳିତ ବର୍ଷଠାରୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ଏହି ସମ୍ମାନଜନକ ‘ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ